Latest Odisha News

BREAKING NEWS

ରାଜ୍ୟରେ +୨ ଖାତା ମୂଲ୍ୟାୟନ କେନ୍ଦ୍ରରେ ଲାଗିବ ସିସିଟିଭି

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ଚଳିତ ବର୍ଷ ସମସ୍ତ +୨ ଖାତାର ଅନଲାଇନ ଓ ଅଫଲାଇନ୍ ମୂଲ୍ୟାୟନ କେନ୍ଦ୍ରରେ ସିସିଟିଭି ଲଗାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛି ।

ମୂଲ୍ୟାୟନ କେନ୍ଦ୍ରର ପର୍ଯ୍ୟବେକ୍ଷକଙ୍କ ନିକଟକୁ ଚିଠି ଲେଖି ସମସ୍ତ ଅନଲାଇନ ଓ ଅଫଲାଇନ୍ ମୂଲ୍ୟାୟନ କେନ୍ଦ୍ରରେ ସିସିଟିଭି ଲଗାଇବାକୁ ପରିଷଦର ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି ।

ଆହୁରି ମଧ୍ୟ ମାର୍ଚ୍ଚ ତୃତୀୟ ସପ୍ତାହରୁ ଉତ୍ତର ଖାତାଗୁଡ଼ିକର ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହେବ।

ଏହାବ୍ୟତୀତ ସମସ୍ତ ୧୦୯୧ଟି ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ପରିଷଦ ନିଷ୍ପତ୍ତି ନେଇଛି ।

ଏହି ସିସିଟିଭି କ୍ୟାମେରା ଷ୍ଟ୍ରଙ୍ଗ୍ ରୁମରେ ଲଗାଯିବ । ଯେଉଁଠି ମୂଲ୍ୟାୟନ ହୋଇଥିବା କିମ୍ବା ମୂଲ୍ୟାୟନ ହେବାକୁ ଥିବା ଉତ୍ତର ଖାତା, ମାର୍କ ଫୁଏଲ୍, ପରୀକ୍ଷକଙ୍କ ରିପୋର୍ଟ ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗୃହୀତ କରାଯାଇ ରଖାଯାଏ ।

ଏହାବ୍ୟତିତ ପରିଷଦ ଫେବ୍ରୁଆରି ୨୩ ସୁଦ୍ଧା ପରୀକ୍ଷା କେନ୍ଦ୍ରଗୁଡିକର ମରାମତି କରିବାକୁ ନିର୍ଦ୍ଦେଶ ଦେବା ସହ ଏଥିପାଇଁ ଆବଶ୍ୟକସ୍ଥଳେ ସ୍ଥାନୀୟ ପୁଲିସ ଓ ଜିଲ୍ଲା ପ୍ରଶାସନର ସହଯୋଗ ନେବାକୁ କୁହାଯାଇଛି।

ସେହିପରି ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ପରୀକ୍ଷା ମାର୍ଚ୍ଚ ୭ ତାରଖରୁ ଆରମ୍ଭ ହୋଇ ମାର୍ଚ୍ଚ ୩୦ ତାରିଖ ମଧ୍ୟରେ ସମାପ୍ତ ହେବ ।

Leave A Reply

Your email address will not be published.