Latest Odisha News

BREAKING NEWS

ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ୍ ହସ୍ପିଟାଲରେ ଭର୍ତ୍ତି

ବଲାଙ୍ଗିର : ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେରକୁ ଜେଲ ଅଧିକାରୀମାନେ କଡା ସୁରକ୍ଷା ବଳୟ ମଧ୍ୟରେ ଶନିବାର ଦିନ ଚିକିତ୍ସା ନିମନ୍ତେ ଭୀମଭୋଇ ମେଡ଼ିକାଲ କଲେଜରେ ଭର୍ତ୍ତି କରାଇଛନ୍ତି ।

ବିଗତ ୧୦ ଦିନ ହେବ, ପୁଞ୍ଜିଲାଲ୍ କୌଣସି ଖାଦ୍ୟ ଖାଉନଥିବାରୁ ସେ ଅସୁସ୍ଥ ହୋଇପଡ଼ିଥିବା ନେଇ ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି ।

ହସ୍ପିଟାଲରେ ଗଣମାଧ୍ୟମକୁ ସୂଚନା ଦେଇ ପୁଞ୍ଜିଲାଲ୍ କହିଛନ୍ତି ଯେ, ଜେଲ ଅଧିକାରୀମାନେ ଜାଣିଶୁଣି ତାଙ୍କ ବିରୋଧରେ ଏପରି ଖବର ପ୍ରଚାର କରୁଛନ୍ତି ।

“ମୁଁ କେବେବି ପାଟଣାଗଡ ଜେଲରୁ ଫେରାର ହେବା ପାଇଁ ଚେଷ୍ଟା କରିନାହିଁ ଏବଂ ଜେଲର କୌଣସି କଏଦୀ ମଧ୍ୟ ଫେରାର ହୋଇନାହାନ୍ତି । କିନ୍ତୁ ପାଟଣାଗଡ ଉପ-ଜେଲର ଅଧିକାରୀମାନେ ମୋତେ ସେଠାରୁ ବଲାଙ୍ଗିର ଜିଲ୍ଲା ଜେଲକୁ ସ୍ଥାନାନ୍ତରିତ କରିବା ପାଇଁ ମୋ ବିରୋଧରେ ଏକ ଷଡଯନ୍ତ୍ର କରିଛନ୍ତି । ଏହି ଘଟଣାର ନିରପେକ୍ଷ ଯାଞ୍ଚ କରିବା ପାଇଁ ମୋ ସହିତ କିଛି କଏଦୀମାନେ ମଧ୍ୟ ପାଟଣାଗଡ ଏସଡିପିଓଙ୍କ ନିକଟକୁ ଏକ ପତ୍ର ଲେଖିଥିଲୁ କିନ୍ତୁ ଏଯାବତ୍ ଏସଡିପିଓଙ୍କ ନିକଟରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ସେମାନଙ୍କର ଏଭଳି ଉଦାସୀନତା ପାଇଁ ମୁଁ ୧୦ ଦିନଧରି ଅନିଶ୍ଚିତକାଳ ଯାଏଁ ଅନଶନ ଜାରି ରଖିଛି” ବୋଲି ସେ ପ୍ରକାଶ କରିଛନ୍ତି ।

ପାଟଣାଗଡ ଜେଲ୍ କର୍ତ୍ତୃପକ୍ଷଙ୍କ ସୁତ୍ରରୁ ଜଣାପଡିଛି ଯେ ୬ ଜଣ ବିଚାରଧିନ କଏଦୀ ଜେଲରୁ ଖସିଯିବା ପଛରେ ହାତଥିବା ସନ୍ଦେହ କରି ତାଙ୍କୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରିବା ପାଇଁ ଯୋଜନା କରିଥିଲେ ।

ପରବର୍ତ୍ତୀ ସମୟରେ କଏଦୀମାନେ ଜେଲରୁ ଚମ୍ପଟ ମାରିବା ନେଇ ପୁଞ୍ଜିଲାଲଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲେ ।

Leave A Reply

Your email address will not be published.