କେନ୍ଦ୍ରାପଡ଼ା : ବିଦ୍ୟୁତ ତାର ଲାଗି ଛାତ୍ରଙ୍କ ମୃତ୍ୟୁ ଘଟିଛି । ଏଭଳି ଛାତି ଥରା ଘଟଣା ମାର୍ଶାଘାଇ ବଜାର ଜୁଣ ଛକରେ ଦେଖିବାକୁ ମିଳିଥିଲା। ମୃତ ଯୁବକ ଜଣକ ହେଲେ ମାର୍ଶାଘାଇ ଥାନା ଅନ୍ତର୍ଗତ କରମକୂଳ ଗାଁର ଦେବୀ ପ୍ରସାଦ ଦାସ ( ଓରଫ ଚିକୁ) । ଦେବୀ ମାର୍ଶାଘାଇ ସ୍ଥିତ ଏକ ଘରୋଇ ଗାଇଡ଼ ରେସିଡେନ୍ସିଆଲ୍ ଟ୍ଯୁଟୋରିଆଲ ରେ ରହି ପାଠ ପଢୁଥିଲେ। ସେହି ହଷ୍ଟେଲର ବାଲକୋନି ନିକଟରେ ଯାଇଥିଲା 11 କେଭି ବିଦ୍ଯୁତ ତାର ।

ଗତକାଲି ରାତିରେ ଦେବୀ ବାଲକୋନିକୁ ନିଜର ଟାୱେଲ ଆଣିବାକୁ ଯାଇଥିଲେ। ଟାୱେଲ ଆଣିବା ସମୟରେ ସେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ପାଖ ବାଲକୋନୀ ଚାର୍ଜ ହୋଇଯାଇଥିବାରୁ ଭୟଭୀତ ହୋଇ ୫ଜଣ ଛାତ୍ର ଅଚେତ ହୋଇପଡ଼ିଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଦେବୀଙ୍କୁ ମୃତ ଘୋଷଣା କରିଥିବା ବେଳେ ୫ଜଣ ପ୍ରାଥମିକ ଚିକିତ୍ସାପରେ ଘରକୁ ଫେରିଛନ୍ତି। ଏନେଇ ମାର୍ଶାଘାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
Comments are closed.