Latest Odisha News

BREAKING NEWS

ପରୀକ୍ଷା ପୂର୍ବରୁ +୩ ସେମିଷ୍ଟାର ବିଜ୍ଞାନ ପ୍ରଶ୍ନପତ୍ର ଭାଇରାଲ

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଯୁକ୍ତ ତିନି ତୃତୀୟ ସେମିଷ୍ଟାରର ପ୍ରଶ୍ନପତ୍ର ଲିକ୍ ହୋଇଥିବା ଜଣାପଡିଛି । ସୋସିଆଲ ମିଡିଆରେ ପଦାର୍ଥ ବିଜ୍ଞାନ ବିଷୟର ପ୍ରଶ୍ନପତ୍ର ଘୁରି ବୁଲୁଛି । ସୁନ୍ଦରଗଡ ଅଂଚଳର କିଛି ଛାତ୍ରଙ୍କ ଠାରୁ ମୋବାଇଲ ଫୋନରେ ପ୍ରଶ୍ନପତ୍ର ଭାଇରାଲ ହେଉଥିବା ସୂଚନା ମିଳିଛି ।

ପ୍ରଶ୍ନପତ୍ର ଲିକ୍ ହୋଇଥିବା ସ୍ପଷ୍ଟ କରି ସମ୍ବଲପୁର ବିଶ୍ୱବିଦ୍ୟାଳୟର ପରୀକ୍ଷା ନିରୀକ୍ଷକ ସୂର୍ଯ୍ୟ ନାୟକ କହିଛନ୍ତି, ଯୁକ୍ତ ତିନି ପଦାର୍ଥ ବିଜ୍ଞାନ ସେମିଷ୍ଟାର ପରୀକ୍ଷା ରଦ୍ଦ ହେବନି । ନୂଆ ପ୍ରଶ୍ନପତ୍ର ଆସିବା ପରେ ପରୀକ୍ଷା ଅନୁଷ୍ଠିତ ହେବ । ସନ୍ଦେହ ଘେରରେ ଥିବା କଲେଜ ଗୁଡିକ ଉପରେ ଚଢ଼ାଉ କରାଯିବ ।

Leave A Reply

Your email address will not be published.