Latest Odisha News

BREAKING NEWS

ଦେବାଶୀଷଙ୍କ ଆକର୍ଷଣୀୟ ଶତକ: ଓଡିଶା ୪୩୬ରେ ଅଲଆଉଟ

କଟକ: ଗ୍ରୁପ ସି’ ରଣଜୀ ମ୍ୟାଚରେ ଦେବାଶୀଷ ସାମନ୍ତରାୟଙ୍କ ଆକର୍ଷଣୀୟ ଶତକ (୧୫୬) ସହାୟତାରେ ଓଡିଶା ଝାଡଖଣ୍ଡ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୪୩୬ ରନ କରି ଅଲଆଉଟ ହୋଇଯାଇଛି । ବିଳ୍ପବ ସାମନ୍ତରାୟ ୭୪ ଓ ଅନୁରାଙ୍ଗ ଷଡଙ୍ଗୀ ୬୫ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । ଆଶୀଷ କୁମାର ଝାଡଖଣ୍ଡ ପକ୍ଷରୁ ୬ଟି ଉଇକେଟ ହାସଲ କରିଥିଲେ ।

ଜବାବରେ ଦ୍ୱିତୀୟ ଦିବସ ଷ୍ଟମ୍ପ୍ସ ଅପସାରଣ ବେଳକୁ ଝାଡଖଣ୍ଡ ୨ ଉଇକେଟ ହରାଇ ୭୧ ରନ କରିଛି । ସୁରଯ କୁମାର ୪୨ରନ କରି ଅପରାଜିତ ରହିଛନ୍ତି । ବସନ୍ତ ମହାନ୍ତି ଓ ସୂର୍ଯ୍ୟକାନ୍ତ ପ୍ରଧାନ ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ ।

Leave A Reply

Your email address will not be published.