ଭୁବନେଶ୍ବର: ଘୋଷଣା ହେଲା ଯୁକ୍ତ ଦୁଇ ପରୀକ୍ଷା ସୂଚୀ । ଆସନ୍ତା ଫେବୃୟାରୀ ୧୮ରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ। ମାର୍ଚ୍ଚ ୨୧ରେ ସରିବ ପରୀକ୍ଷା। ପରୀକ୍ଷା ତାରିଖ ଘୋଷଣା କଲେ CHSE ଅଧ୍ୟକ୍ଷ । ଚଳିତ ବର୍ଷ ରାଜ୍ୟବ୍ୟାପୀ ୩୦ଟି ଜିଲ୍ଲାରେ ୧୩୫୦ ପରୀକ୍ଷା କେନ୍ଦ୍ର ହୋଇଛି। ଏଥର ମୋଟ ୪ ଲକ୍ଷ ୭ ହଜାର ୩୭ ଜଣ ପରୀକ୍ଷା ଦେବେ ।
ତେବେ ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରୀ ୨ରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାପରେ ଥିଓରି ପରୀକ୍ଷା ଚାଲିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।
୨୧୦ଟି ହବ AI କ୍ୟାମେରା ନଜରରେ ରହିବ। ଡିସେମ୍ବର ୧୫ ତାରିଖରେ ମିଳିବ ଆଡମିଟ କାର୍ଡ। ଏଥର ପ୍ରଥମ ଥର ପାଇଁ ପ୍ରାଟିକାଲ ପରୀକ୍ଷାରେ ହେବ ୱେବକାଷ୍ଟ ଏବଂ ଲାଇଭ ଷ୍ଟ୍ରିମିଙ୍ଗ।
ସୂଚନାନୁସାରେ, ଗତଥର ୧୨୬୮ କେନ୍ଦ୍ରରେ ପରୀକ୍ଷା ହୋଇଥିଲା।
ପ୍ରଶ୍ନପତ୍ର ଭାଇରାଲ୍ର କୌଣସି ସୁଯୋଗ ନାହିଁ କହିଛନ୍ତି CHSE ନିୟନ୍ତ୍ରକ । ସେ କହିଛନ୍ତି ଯେ,ଆମର ହବ୍ ବ୍ୟବସ୍ଥା ସବୁଠୁ ଦୃଢ଼ ବ୍ୟବସ୍ଥା । AI ନଜରରେ ସବୁ ରହିବ । କାଉନସିଲ୍ ମଧ୍ୟ ପ୍ରଶ୍ନପତ୍ର ଜାଣିବନି ଓ ପ୍ରିଣ୍ଟିଂ ଷ୍ଟେସନରୁ ସିଧା ହବ୍ ଆସିବ ପ୍ରଶ୍ନପତ୍ର । ହବ୍ରେ ପ୍ରଶ୍ନପତ୍ର ଖୋଲା ହେବାବେଳେ ସିସିଟିଭିରେ ରେକର୍ଡିଂ ହେବ । ସେଠାରୁ ସିଧା ଛାତ୍ରଛାତ୍ରୀଙ୍କ ନିକଟକୁ ଯିବ ପ୍ରଶ୍ନପତ୍ର ।