Latest Odisha News

BREAKING NEWS

ଆଜିଠୁ ୟୁ-ଟ୍ୟୁବରେ ପଢ଼ିବେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆଜିଠୁ ଅନଲାଇନ୍ ମୋଡରେ ପାଠପଢିବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ । ୟୁ-ଟ୍ୟୁବରେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ପାଠ ପଢ଼ିବେ । ପୂର୍ବରୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ୟ୍ୟନ୍ତ ପିଲାଙ୍କୁ ୟୁ-ଟ୍ୟୁବ ଜରିଆରେ ପାଠ ପଢ଼ାଯାଇଥିଲା । ଏଥିରେ ସଫଳତା ପରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ଏହି ବ୍ୟବସ୍ଥା କରିଛି ଗଣଶିକ୍ଷା ବିଭାଗ । ଏନେଇ ପୂର୍ବରୁ ସୂଚନା ଦେଇଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

BjdElectrycity

କରୋନା ଯୋଗୁ ରାଜ୍ୟରେ ବନ୍ଦ ରହିଥିଲା ଶିକ୍ଷାନୁଷ୍ଠାନ । ଏବେ କଟକଣାରେ କ୍ଲାସ ଆରମ୍ଭ ହୋଇଛି । ଅଭିଭାବକଙ୍କ ଅନୁମତି ନେଇ ପିଲା ସ୍କୁଲ ଓ କଲେଜ ଆସୁଛନ୍ତି । ଯେଉଁମାନେ କରୋନା ପାଇଁ କ୍ଲାସ ଆସୁ ନାହାନ୍ତି ସେମାନେ ଘରେ ୟୁ-ଟ୍ୟୁବରେ ପାଠ ପଢ଼ିପାରିବେ । କରୋନା କାଳରେ ଏହି ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନରେ ସହାୟକ ହେବ ।

Leave A Reply

Your email address will not be published.