Latest Odisha News

BREAKING NEWS

୩୦୦ ତାଲିବାନୀଙ୍କୁ ମୃତ୍ୟୁଦଣ୍ଡ ଦେଲେ ବିରୋଧୀ, ପଞ୍ଜଶିର ଦଖଲ ପୂର୍ବରୁ ରକ୍ତପାତ

କାବୁଲ: ଆଫଗାନିସ୍ତାନରେ ସରକାର ଗଠନ ନେଇ ତାଲିବାନ କସରତ ଚଳାଇଥିବା ବେଳେ ପଞ୍ଜଶିରରେ କଡ଼ା ବିରୋଧର ସାମନାକୁ କରିବାକୁ ପଡ଼ିଛି । ପଞ୍ଜଶିର ଦ୍ୱାର ଦେଶରେ ପହଞ୍ଚି ଧସେଇ ପଶିବାକୁ ଉଦ୍ୟମ ବେଳେ ୩୦୦ ଶହ ତାଲିବାନୀଙ୍କୁ ହତ୍ୟା କରିଛନ୍ତି ତାଲିବାନ ବିରୋଧୀ । କିଛି ତାଲିବାନୀଙ୍କୁ ନିଜ କବଜାକୁ ବି ନେଇଯାଇଥିବା କୁହାଯାଉଛି ।

ପଞ୍ଜଶିର ଅନ୍ତର୍ଗତ ବଘଲାନର ଅନ୍ଦ୍ରାବରେ ତାଲିବାନଙ୍କ ଉପରେ ବରୋଧୀ ଶକ୍ତି ବଡ଼ ହମଲା କରିଥିବା ସୂଚନା ମିଳିଛି । ଯେଉଁଥିରେ ଅତି କମରେ ୩୦୦ ତାଲିବାନୀଙ୍କ ଜୀବନ ଯାଇଛି ।

ଆଫଗାନିସ୍ତାନ ଉପରାଷ୍ଟ୍ରପତି ଅମରୁଲ୍ଲାହ ସାଲେହଙ୍କ ଟ୍ୱିଟ୍ ବି ହମଲା ନେଇ ଇସାରା କରୁଛି । ସେ ଟ୍ୱିଟ୍ କରି ଲେଖିଛନ୍ତି, ତାଲିବାନଙ୍କ ଉପରେ ଯେବେ ବଡ଼ ହମଲା ପରେ ଜଣେ ବି ଜୀବନ ବଞ୍ଚାଇ ଯିବା ମୁସ୍କିଲ ଥିଲା । ଏବେ ପଞ୍ଜଶିରରେ ତାଲିବାନୀ ଯୋଦ୍ଧାଙ୍କ ସଂଖ୍ୟା ବଢ଼ିଛି ।

ପଞ୍ଜଶିରରେ ତାଲିବାନ ବିରୋଧୀ ଶକ୍ତିର ନେତୃତ୍ୱ ନେଉଛନ୍ତି ମୁଜାହିଦ୍ଦିନ ମୁଖ୍ୟ ଅହମ୍ମଦ ଶାହ ମସୁଦଙ୍କ ପୁଅ ଅହମ୍ମଦ ମସୁଦ । ଏଯାଏ କେବେବି ତାଲିବାନୀ ପଞ୍ଜଶିରରେ ପ୍ରବେଶ କରି ପାରି ନାହାନ୍ତି । ଅହମ୍ମଦ ମସୁଦ କହିଛନ୍ତି, କୌଣସି ବି ପରିସ୍ଥିତିରେ ତାଲିବାନୀଙ୍କୁ ସେ ସ୍ୱପ୍ନ ପୂରା ହେବନି ।

ସେ ଯୁଦ୍ଧ ଚାହୁଁ ନାହାନ୍ତି । କିନ୍ତୁ ତାଲିବାନୀଙ୍କ ସହ ଆଲୋଚନା ନିସ୍ଫଳ ରହିଲେ ଯୁଦ୍ଧ ଆଶଙ୍କା ବି ଏଡ଼ାଇ ହେବନି ବୋଲି ଚେତେଇ ଦେଇଛନ୍ତି ଅହମ୍ମଦ ମସୁଦ । ତାଲିବାନ ନେତା ଜାଣି ସାରିଲେଣି ବିା ପଞ୍ଜଶିରରେ ଆଫଗାନିସ୍ତାନରେ ସରକାର ଚଳାଇବା ସେମାନଙ୍କ ପାଇଁ ମୁସ୍କିଲ ହେବ ।

Leave A Reply

Your email address will not be published.