ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଗୁରୁବାର ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି । ମନମୋହନ ସିଂହଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ଡ.ସିଂଙ୍କ ପରଲୋକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଭୀର ଶୋକ ପ୍ରକାଶ କରିଛନ୍ତି ।
Former Prime Minister Dr Manmohan Singh Ji was one of those rare politicians who also straddled the worlds of academia and administration with equal ease. In his various roles in public offices, he made critical contributions to reforming Indian economy. He will always be…
— President of India (@rashtrapatibhvn) December 26, 2024
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସରେ ଲେଖିଛନ୍ତି ଯେ, ଦେଶର ଜଣେ ସବୁଠାରୁ ସମ୍ମାନନୀୟ ନେତାଙ୍କ ପରଲୋକରେ ସମଗ୍ର ଦେଶ ଝୁରୁଛି । ସାଧାରଣ ପରିବାରରୁ ଆସି ସେ ଜଣେ ବିଶିଷ୍ଟ ଅର୍ଥନୀତିଜ୍ଞ ହୋଇଥିଲେ । ସେ ଅର୍ଥମନ୍ତ୍ରୀ ସମେତ ବିଭିନ୍ନ ସରକାରୀ ପଦବୀରେ ମଧ୍ୟ କାର୍ଯ୍ୟ କରିଥିଲେ ଏବଂ ବର୍ଷ ବର୍ଷ ଧରି ଆମ ଦେଶର ଆର୍ଥିକ ନୀତିରେ ଏକ ଦୃଢ଼ ଛାପ ଛାଡିଥିଲେ । ଏହି ଦୁଃଖର ସମୟରେ ସେ ଡ. ସିଂଙ୍କ ପରିବାର ଓ ବନ୍ଧୁ ଓ ଶୁଭେଚ୍ଛୁମାନଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।
India mourns the loss of one of its most distinguished leaders, Dr. Manmohan Singh Ji. Rising from humble origins, he rose to become a respected economist. He served in various government positions as well, including as Finance Minister, leaving a strong imprint on our economic… pic.twitter.com/clW00Yv6oP
— Narendra Modi (@narendramodi) December 26, 2024
ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଶୋକ ପ୍ରକାଶ କରି ଲେଖିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଅର୍ଥନୀତିଜ୍ଞ ମନମୋହନ ସିଂହଙ୍କ ବିୟୋଗ ଦେଶ ପାଇଁ ଏକ ବଡ଼ କ୍ଷତି । ଜଣେ ଦୂରଦର୍ଶୀ ରାଜନେତା ଏବଂ ଭାରତୀୟ ରାଜନୀତିର ଜଣେ ଦକ୍ଷ ବ୍ୟକ୍ତି । ଶ୍ରୀ ମନମୋହନ ସିଂହଙ୍କ ପରମ୍ପରା ପିଢ଼ିକୁ ଦେଶ ନିର୍ମାଣ ପାଇଁ ପ୍ରେରଣା ଯୋଗାଇବ। ତାଙ୍କ ପରିବାର, ବନ୍ଧୁ ଏବଂ ପ୍ରଶଂସକଙ୍କ ପ୍ରତି ମୋର ଗଭୀର ସମବେଦନା ।
The passing of Former Prime Minister and Economist Shri Manmohan Singh ji is an immense loss for the nation. A visionary statesman and a stalwart of Indian politics, throughout his remarkable career in public service, he consistently voiced for the welfare of the downtrodden.…
— Jagat Prakash Nadda (@JPNadda) December 26, 2024
ସେହିପରି ଉପରାଷ୍ଟ୍ରପତି ଜଗଦୀପ ଧନକର, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।