ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିନ୍ଧିଥିବା ପଗଡିକୁ ନେଇ ଏବେ ଚର୍ଚ୍ଚା । ସେ ଏକ ସ୍ୱତନ୍ତ୍ର ପ୍ରକାର ପଗଡି ପିନ୍ଧିଥିବାରୁ ଏହି ଚର୍ଚ୍ଚା ହେଉଛି ।
ଏହି ପଗଡିଟି ସେ ଉପହାର ସ୍ୱରୂପ ପାଇଛନ୍ତି । ଲାଲ ରଙ୍ଗର ଏହି ପଗଡିରେ ହଳଦିଆ ରଙ୍ଗର ଡଟ୍ ଥିଲା, ଯାହାକୁ ମୋଦିଙ୍କୁ ଖୁବ ମାନୁଥିଲା । ଏହି ପଗଡି ତାଙ୍କୁ ଦେଇଛନ୍ତି ଗୁଜରାଟ ଜାମନଗର ରାଜପରିବାର ।
ଜାମନଗରର ସାଂସଦ ପୁନାବେନ୍ ମ୍ୟାଡମ ଟ୍ୱିଟ କରିଛନ୍ତି ଯେ, ଏହି ହଲାରି ପଗଡି ( ରାଜ ପଗଡି) ଜାମନଗର ଅଞ୍ଚଳର ସମୃଦ୍ଧ ସଂସ୍କୃତିକୁ ଦର୍ଶାଇଥାଏ ।
Jamnagar is known for its rich culture.
Proud to see Hon’ble PM Shri @narendramodi Ji in a ‘Halari Paghdi’ from Jamnagar on the occasion of #RepublicDay pic.twitter.com/Jz5CFTWij2
— Poonamben Maadam (@PoonambenMaadam) January 26, 2021
ପ୍ରଧାନମନ୍ତ୍ରୀ ହେବା ପରଠୁ ପ୍ରାୟ ସବୁ ସ୍ୱାଧୀନତା ଦିବସ ଓ ଗଣତନ୍ତ୍ର ଦିବସରେ ମୋଦି ବିଭିନ୍ନ ପ୍ରକାର ଆକର୍ଷଣୀୟ ପଗଡି ପିନ୍ଧିଥାନ୍ତି । ଏହା ତାଙ୍କର ଏକ ଷ୍ଟାଇଲ୍ ଷ୍ଟେଟମେଣ୍ଟ ବୋଲି କେତେକ କହୁଥିବା ବେଳେ ନିର୍ଦ୍ଦିଷ୍ଟ ଅଞ୍ଚଳର ପଗଡି ପିନ୍ଧି ମୋଦି ସେହି ଅଞ୍ଚଳର ଲୋକଙ୍କ ମନ ଜିଣନ୍ତି ବୋଲି ମଧ୍ୟ କୁହାଯାଏ ।
Comments are closed.