Latest Odisha News

BREAKING NEWS

ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ ହେବେ ପ୍ରତିଷ୍ଠିତ ଆଇଟି କମ୍ପାନୀର ମାଲିକ : ସମାଜ ପାଇଁ ନିଜକୁ କରିଛନ୍ତି ଉତ୍ସର୍ଗୀକୃତ  

ଚେନ୍ନାଇ : ତାମିଲନାଡୁର ଉଦ୍ୟୋଗପତି ଶ୍ରୀଧର ଭେମ୍ବୁଙ୍କୁ ସମ୍ମାନସୂଚକ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରିବା ପାଇଁ ଘୋଷଣା କରାଯାଇଛି । ସମାଜ ପ୍ରତି ନିଷ୍ଠାପର ସେବା ଏବଂ ନିଜର ଉତ୍ସର୍ଗୀକୃତ ମନୋଭାବ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ ।

ଶ୍ରୀଧରଙ୍କର ବିଭିନ୍ନ ଦେଶରେ ବ୍ୟବସାୟିକ କାରବାର ଜାରି ରହିଛି । ଜାପାନ, ସିଙ୍ଗାପୁର, ଅ​‌​ଷ୍ଟ୍ରେଲିଆ, ଚାଇନା ଏବଂ ୟୁଏଇ ଭଳି ଦେଶରେ ତାଙ୍କର ବ୍ୟବସାୟିକ ପ୍ରତିଷ୍ଠାନ ରହିଛି । ତେବେ ବିଦେଶର ବିଳାସମୟ ଜୀବନ ଛାଡି ଗାଁକୁ ଫେରି ସେ ଦୁଃସ୍ଥ ଏବଂ ଅସହାୟ ଶିଶୁମାନଙ୍କୁ ମାଗଣା ପାଠ ପଢାଇବା ଆରମ୍ଭ କରିଥିଲେ । ଏହା ସହିତ ସେ ଗାଁର ଛାତ୍ରଛାତ୍ରୀଙ୍କ ପାଇଁ ରୁରାଲ ସ୍କୁଲ ଖୋଲିଛନ୍ତି । ଯେଉଁଠାରେ ପିଲାମାନଙ୍କୁ ମାଗଣା ପାଠପଢା ସହ ଖାଦ୍ୟ, ଖେଳକୁଦ, ପୋଷାକ ଆଦି ପାଇଁ ବ୍ୟବସ୍ଥା ରହିଛି । 

ଆମେରିକାର ସିଲିକନ୍‌ ଭ୍ୟାଲିରୁ ଚାଲିଆସି ନିଜର ପୈତୃକ ଗାଁ ତାମିଲନାଡୁର ମାଥାଲାମପରାଇରେ ଯୁବକମାନଙ୍କୁ ସଶକ୍ତୀକରଣ କରିବା ପାଇଁ ନୂଆ ପ୍ରୟାସ ଆରମ୍ଭ କରିଥିଲେ ଶ୍ରୀଧର । ଜୋହ କର୍ପୋରେସନର ପ୍ରତିଷ୍ଠାତା ଶ୍ରୀଧର ଭେମ୍ବୁଙ୍କର ଚେନ୍ନାଇ ଏବଂ କାଲିଫର୍ଣ୍ଣିଆରେ ବିଶାଳ ଆଇଟି କମ୍ପାନୀ ରହିଛି ଯାହାର ବାର୍ଷିକ କାରବାର ପ୍ରାୟ ୧୦୦୦ କୋଟି ଟଙ୍କା । ସମାଜ ପାଇଁ ନିଃସ୍ବାର୍ଥପର ସେବା ପାଇଁ ଶ୍ରୀଧର ଭେମ୍ବୁଙ୍କୁ ବର୍ଷ ୨୦୨୧ ପାଇଁ ସମ୍ମାନସୂଚକ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଛି ।

ପାଖରେ କୋଟି କୋଟି ଟଙ୍କାର ସମ୍ପତ୍ତି । ବାର୍ଷିକ କାରବାର ୨୫୦୦ କୋଟି ଟଙ୍କା । ବିଶ୍ବର ୫୯ତମ ଧନୀ ଭାରତୀୟ । ଚାହିଁଥିଲେ ଅୟସ୍‌ ଆରାମରେ ଜୀବନଯାପନ କରିଥାନ୍ତେ । କିନ୍ତୁ ସେ ସବୁକୁ ଛାଡି ସୁଦୂର ଆମେରିକାରୁ ଚାଲିଆସି ଜନ୍ମମାଟି ସେବାରେ ଲାଗିଛନ୍ତି ଶ୍ରୀଧର । 

Leave A Reply

Your email address will not be published.