ନୂଆଦିଲ୍ଲୀ: ସଂସଦରେ ଅପରେସନ୍ ସିନ୍ଦୂର ନେଇ ଏବେ ମୁହାଁମୁହିଁ ହୋଇଛନ୍ତି ଶାସକ ବିରୋଧୀ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମ୍ପ୍ରତିକ ବିବାଦକୁ ନେଇ କେନ୍ଦ୍ର ଏବଂ ବିରୋଧୀ ଦଳ ମଧ୍ୟରେ ଆକ୍ଷେପ-ପ୍ରଚାର ସହିତ ଆଜି ମଧ୍ୟ ସଂସଦ ଆଉ ଏକ ଉଷ୍ମ ମୁହାଁମୁହିଁ ପରିସ୍ଥିତି ପାଇଁ ପ୍ରସ୍ତୁତ ହେଉଛି । କାରଣ ଆଜି ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଅଭିଭାଷଣ ରଖିପାରନ୍ତି । ମିଳିଥିବା ସୂଚନା ଅନୁସାରେ ସନ୍ଧ୍ୟା ୭ଟା ସମୟରେ ପ୍ରଧାନମନ୍ତ୍ରୀ ମୋଦି ଉଭୟ ଗୃହକୁ ସମ୍ବୋଧିତ କରିବେ । ଯେଉଁ ସମୟରେ ଆଜି ବିରୋଧୀଙ୍କ କଡା ଆଭିମୁଖ୍ୟ ଦେଖିବାକୁ ମିଳିବାରେ । ସେହି ସମୟରେ ଆଜି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଲୋକସଭାରେ ଅପରେସନ ସିନ୍ଦୂରକୁ ନେଇ ସରକାରଙ୍କୁ କାଉଣ୍ଟର କରିବେ । ଯାହା ଆଜି ଗୃହର ଉଷ୍ମତାକୁ ବଢାଇବା ନେଇ ଆଶା ।
ଅନ୍ୟପଟେ ସୋମବାର ଗୃହକାର୍ଯ୍ୟ ଆରମ୍ଭ ସହିତ ଆରମ୍ଭ ହୋଇଥିବା ଅପରେସନ ସନ୍ଦୂର ବିତର୍କରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କର ଅଭିଭାଷଣ ରଖିଥିବା ବେଳେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ ସରକାରଙ୍କ ପ୍ରତିରକ୍ଷାର ନେତୃତ୍ୱ ନେବାକୁ ଯାଉଛନ୍ତି । ଆଜି ଦିନ ପ୍ରାୟ ୧୨.୨୦ ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ ଅପରେସନ ସିନ୍ଦୂର ଆଲୋଚନା ଉପରେ ବକ୍ତବ୍ୟ ରଖିବେ। ଅପରପକ୍ଷେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରାଜ୍ୟସଭାରେ ଆଲୋଚନା ଆରମ୍ଭ କରିବେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅପରାହ୍ନ ୨ଟାରେ ରାଜ୍ୟସଭାରେ ଭାଷଣ ଦେବେ । ସେହିପରି ବିରୋଧୀ ଦଳ ମୋର୍ଚ୍ଚାରେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭାରତ-ପାକିସ୍ତାନ ସଂଘର୍ଷ ଏବଂ ଅପରେସନ ସିନ୍ଦୂର ଉଭୟର ସରକାରଙ୍କ ପରିଚାଳନାକୁ ଟାର୍ଗେଟ କରି ଆକ୍ରମଣର ନେତୃତ୍ୱ ନେବେ ବୋଲି ଆଶା କରାଯାଉଛି ।
ତେବେ ଗତକାଲି ଲୋକସଭାରେ ଏହି ପ୍ରସଙ୍ଗ ଉଠାଯାଇଥିଲା ବେଳେ ଆଜି ରାଜ୍ୟସଭାରେ ଏହି ଆଲୋଚନା ଆରମ୍ଭ ହେବାକୁ ଯାଉଛି। ଯାହାକୁ ନେଇ ପ୍ରଥମରୁ ହିଁ ବିରୋଧୀଙ୍କ କଡା ଆଭିମୁଖ୍ୟ ଦେଖିବାକୁ ମିଳିଛି । ଆଜତ ପୂର୍ବାହ୍ନ ୧୧ଟାରେ ରାଜ୍ୟସଭା ଆରମ୍ଭ ହୋଇଥିବା ବେଳେ ଆରମ୍ଭ ହେବାର କିଛି ସମୟ ପରେ ଗୃହରେ ହଙ୍ଗାମା ହେବାରୁ ଉଚ୍ଚସଦନକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।
Comments are closed.