Latest Odisha News

BREAKING NEWS

ଦେଶର ଗରିବ ଲୋକଙ୍କ ପାଇଁ ଖୁସି ଖବର , ବର୍ଷ ଶେଷ ଯାଏଁ ମିଳିବ ମାଗଣା ରାସନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆଉ ତିନି ମାସ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର  । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ,ଏହି ବର୍ଷ ଶେଷ ଯାଏଁ ଏହି ଯୋଜନାକୁ ବଢାଯାଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଦେଶର ଗରିବ ଲୋକ ମାନଙ୍କ ପାଇଁ ଏପରି  ନିଷ୍ପତ୍ତି ନିଆଯାଇଛି  ।

ଏହି ଖାଦ୍ୟ ଯୋଜନା ଅଧୀନରେ ଦେଶର ଅଧିକାଂଶ ଜନସଂଖ୍ୟାକୁ ସରକାର ସାମିଲ କରିଛନ୍ତି । ସରକାରଙ୍କ ଉପରେ ୪୫,୦୦୦ କୋଟି ଟଙ୍କା ଅତିରିକ୍ତ ବୋଝ ପଡିବ  । ଡିସେମ୍ବର ପର୍ଯ୍ୟନ୍ତ ସରକାର ପ୍ରାୟ ୮୦ କୋଟି ଲୋକଙ୍କୁ ମାଗଣା ଚାଉଳ ଓ ଗହମ ଯୋଗାଇ ଦେବେ।  ମାଗଣା ରାସନ ଯୋଜନା ଏହି ବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା ଶେଷ ହେଉଥିଲା, ଯାହାକୁ ବର୍ତ୍ତମାନ ଆଉ ତିନି ମାସ ଅର୍ଥାତ ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି  ।

ଉଲ୍ଲେଖଯୋଗ୍ୟ, କରୋନା କାଳରେ କେନ୍ଦ୍ର ସରକାର ପିଏମ୍ ଗରିବ କଲ୍ୟାଣ ଅନ୍ନ ଯୋଜନା ନାଁରେ ଏହି ସ୍କିମର ଘୋଷଣା କରିଥିଲେ । ଏହା ଅଧିନରେ ପ୍ରତି ମାସରେ ଜଣେ ବ୍ୟକ୍ତି ପିଛା ମାଗଣା ୫ କେଜି ରାସନ ଯୋଗାଇ ଦିଆଯାଉଛି ।

Leave A Reply

Your email address will not be published.