ନୂଆଦିଲ୍ଲୀ: ସରିନି ଅପରେସନ ଭାରତ । ହେଲେ ଭାରତ ପାକିସ୍ତାନ ସମ୍ଭାବ୍ୟ ଯୁଦ୍ଧରେ ଏକପ୍ରକାର ଯବନିକା ପଡିଛି । ଶନିବାର ଅସ୍ତ୍ରବିରତି ଲାଗୁ ହେବା ପରେ, ଏବେ ଶାନ୍ତି ରହିଛି ପରିସ୍ଥିତି । ହେଲେ ପାକିସ୍ତାନ ଉପରେ ଆଉ ଭରସା ନାହିଁ । ଅସ୍ତ୍ରବିରତି ଲାଗିବାର କେଇ ଘଣ୍ଟା ଭିତରେ ପାକିସ୍ତାନ ଭାରତ ଉପରେ ପୁଣି ଆକ୍ରମଣ କରିଥିଲା । ହେଲେ ଏବେ ସ୍ଥିତି ନିୟନ୍ତ୍ରଣ ରହିଛି । ଆଉ ଆଜି ଏହି ସବୁ ବିଷୟ ନେଇ ଭାରତ ପାକିସ୍ତାନ ମଧ୍ୟରେ ଡିଜିଏମଓ ସ୍ତରରେ ଆଲୋଚନା ହେବ । ଦିନ ସାଢେ ୨ଟାରେ ଏହି ଆଲୋଚନା ହେବା ନେଇ ସୂଚନା ରହିଛି ।
ଏହାରି ଭିତରେ ଭାରତ ପାକିସ୍ତାନ ଅସ୍ତ୍ରବିରତି, ଡିଜିଏମଓଙ୍କ ପ୍ରେସମିଟ୍ ପୂର୍ବରୁ ବଡ଼ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ନିଜ ବାସଭବନରେ ପ୍ରଧାନମନ୍ତ୍ରୀ ମୋଦି ଭାରତ-ପାକ୍ ସାମରିକ ସ୍ତରୀୟ ଆଲୋଚନା ପୂର୍ବରୁ ପ୍ରତିରକ୍ଷା ଅଧିକାରୀଙ୍କ ସହ ଦୁଇଟି ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ବୈଠକ କରିଛନ୍ତି ।
ପ୍ରଥମେ ପ୍ରଧାନମନ୍ତ୍ରୀ ଏସ ଜୟଶଙ୍କର, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ତିନି ସେନାର ମୁଖ୍ୟଙ୍କ ସହ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଥିବା ବେଳେ ପରେ ବାୟୁସେନା ମୁଖ୍ୟ, ଏନଏସଏ ଅଜିତ ଡୋଭାଲଙ୍କ ସହ ପୃଥକ ବୈଠକ କରିଛନ୍ତି ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାସଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ବୈଠକ କରିବା ପରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ବାୟୁସେନା ମୁଖ୍ୟ ଏପି ସିଂହଙ୍କ ସହ ପୃଥକ ବୈଠକ କରିଛନ୍ତି । ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ତିନି ସେବା ମୁଖ୍ୟ ମଧ୍ୟ ଉପସ୍ଥିତ ରହିଥିଲେ ।
ଏହି ଆଲୋଚନାରେ, ଆଗକୁ ଭାରତର ଆଭିମୁଖ୍ୟ ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥାଇପାରେ । ଏଥିସହିତ ପାକିସ୍ତାନ ସହ ଡିଜିଏମଓ ସ୍ତରରେ କି ଆଲୋଚନା ହେବ, ସେନେଇ ମଧ୍ୟ କଥାବାର୍ତ୍ତା ହୋଇଥାଇପାରେ ।
ସେପଟେ ଏବେ ବି ଅପରେସନ ସିନ୍ଦୁର ଜାରି ରହିଥିବା ନେଇ ପ୍ରତିରକ୍ଷା ମନ୍ତ୍ରୀ ଏବଂ ସେନା ପକ୍ଷରୁ ସୂଚନା ଦିଆଯାଇଛି । ଯେଉଁଥିରେ ଆତଙ୍କବାଦ ଗଡ ଧ୍ବଂସ କରିବାର ପଣ ନେଇଛି ଭାରତ । ଏପଟେ ଅସ୍ତ୍ରବିରତି ମଧ୍ୟରେ ଭାରତ କିପରି ତାର ଅପରେସନ ସିନ୍ଦୂର ଦ୍ବାରା ଆତଙ୍କୀ ଗଡ ଧ୍ବଂସ କରିବ ତା ଉପରେ ନଜର ରହିଛି ।
Comments are closed.