Latest Odisha News

BREAKING NEWS

ୱାଶିଂଟନରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ: ଆଜି ଆମେରିକାର ମିଳିତ ସଂସଦରେ ଦେବେ ଉଦବୋଧନ

ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆଜି ଆମେରିକା ଗସ୍ତର ୨ୟ ଦିନ । ଜାତିସଂଘରେ ଯୋଗ ଦିବସରେ ଯୋଗ ଦିବସରେ ଆୟାେଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ପିଏମ ମୋଦି ୱାଶିଂଟନ ଅଭିମୁଖେ ଯାତ୍ରା କରିଥିଲେ ।

ୱାଶିଂଟନ ଏୟାରବେସରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଲଗାଣ ବର୍ଷାରେ ସ୍ୱାଗତ କରାଯାଇଥିଲା ।   ସେଠାରେ  ଉଭୟ ଦେଶର ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ରେନ କୋର୍ଟ ପିନ୍ଧି ଛିଡା ହୋଇଥିବା ଦେଖିବାକୁ ମିଳିଥିଲା । ଏହାପରେ ପ୍ରଧାନମନ୍ତ୍ରୀଙ୍କୁ ହୋଟେଲ ବାହାରେ ଭାରତୀୟମାନେ ଭବ୍ୟ ସ୍ୱାଗତ କରିଥିଲେ ।ଆଜି ପ୍ରଧାନମନ୍ତ୍ରୀ  ଆମେରିକାର ମିଳିତ ସଂସଦରେ ଉଦବୋଧନ ଦେବେ ।

ଭାରତୀୟ ସମୟାନୁସାରେ ଆଜି ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ମିଳିତ ସଂସଦରେ ଉଦବୋଧନ ଦେବେ । ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଏହି ଉଦବୋଧନ ଦେବେ । ଏହା ପୂର୍ବରୁ ୨୦୧୬ରେ ମିଳିତ ସଂସଦରେ ଉଦବୋଧନ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି ।

ବୁଧବାର ଦିନ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ‘ଫାଷ୍ଟ୍‌ ଲେଡି’ ଜିଲ୍‌ ବାଇଡେନ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହ୍ବାଇଟ୍‌ ହାଉସ୍‌କୁ ପାଛୋଟି ନେଇଛନ୍ତି। ହ୍ବାଇଟ୍‌ ହାଉସ୍‌ ଭିତରକୁ ପ୍ରବେଶ କରିବା ପୂର୍ବରୁ ସେମାନେ ପରସ୍ପର ବ୍ୟକ୍ତିଗତ ଆଲୋଚନା କରିବା ପରେ ଫଟୋ ଉଠାଇବା ପାଇଁ ‘ପୋଜ୍‌’ ଦେଇଥିଲେ। ହ୍ୱାଇଟ ହାଉସରେ ପିଏମ ମୋଦିଙ୍କ ଭବ୍ୟ ସ୍ୱାଗତ ସମସ୍ତଙ୍କୁ ଚକିତ କରିିଥିଲା ।

ସେମାନଙ୍କ ସହ ସାକ୍ଷାତ ହେବା ପରେ ମୋଦୀ ଉଭୟଙ୍କ ଉପହାର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଲେଡି ଡକ୍ଟର ଜିଲ ବାଇଡେନଙ୍କୁ ଲ୍ୟାବ୍‌ରେ ପ୍ରସ୍ତୁତ ୭.୫ କ୍ୟାରେଟ୍‌ର ସବୁଜ ହୀରା ଉପହାର ଦେଇଥିବାବେଳେ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ରାଜସ୍ଥାନର ଜୟପୁର ସୁଦକ୍ଷ କାରିଗରଙ୍କଦ୍ବାରା ଖୋଦେଇ କରାଯାଇଥିବା ଚନ୍ଦନକାଠ ବାକ୍ସଟିଏ ଉପହାର ଦେଇଛନ୍ତି। ଏହି ବାକ୍ସରେ ଗଣେଶଙ୍କର ରୁପା ପ୍ରତିମା ଓ ଗୋଟାଏ ଦୀପ ରହିଛି।

ଏଥସହିତ ରାଜସ୍ଥାନର କାରିଗର ତିଆରି କରିଥିବା ହଲମାର୍କ ରୁପା ମୁଦ୍ରା ସହ ଗୁଜରାଟର ଲୁଣ, କୋଲକାତାର କାରିଗର ପ୍ରସ୍ତୁତ କରିଥିବା ରୁପାର ନଡ଼ିଆ ଉପହାର ଭାବେ ଦେଇଛନ୍ତି । କର୍ଣ୍ଣାଟକର ଚନ୍ଦନକାଠ, ତାମିଲନାଡୁର ଧଳା ରାଶି, ରାଜସ୍ଥାନର ୨୪ କ୍ୟାରେଟ୍ ସୁଦ୍ଧ ଓ ହଲମାର୍କ ସ୍ୱର୍ଣ୍ଣ ମୁଦ୍ରା ଉପହାର ଦେଇଛନ୍ତି । କେବଳ ଏତିକି ନୁହଁ, ପଞ୍ଜାବର ଘିଅ, ଝାଡଖଣ୍ଡର ଟସର କପଡା, ଉତରଖଣ୍ଡର ଲମ୍ବା ସରୁ ଚାଉଳ, ମହାରାଷ୍ଟ୍ରର ଗୁଡ଼ ମଧ୍ୟ ଉପହାର ଭାବେ ଦେଇଛନ୍ତି ।

ମୋଦୀଙ୍କ ଏହି ଗସ୍ତ ଅବସରରେ ଆମେରିକା ସହ ପ୍ରତିରକ୍ଷା ଓ ବାଣିଜ୍ୟିକ ସମେତ ବିଭିନ୍ନ ଦ୍ୱିପାକ୍ଷିକ ଚୁକ୍ତି ସ୍ୱାକ୍ଷର ହେବ । ଗତକାଲି ମୋଦୀ ବିଶ୍ୱର ସବୁଠୁ ଧନୀ ଏଲନ ମସ୍କଙ୍କ ସମେତ ବିଭିନ୍ନ କମ୍ପାନୀର ମାଲିକମାନଙ୍କ ସହ ଆଲୋଚନା କରିଥିଲେ । ଭାରତରେ ଟେସଲା କାରଖାନା ଖୋଲିବା ନେଇ ଏଲନ ମସ୍କ ସାକ୍ଷାତ ପରେ ଘୋଷଣା ବି କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ହ୍ବାଇଟ୍‌ ହାଉସ୍‌କୁ ଯାଇଛନ୍ତି ଜାତୀୟ ନିରାପତ୍ତା ପରାମର୍ଶ ଦାତା ଅଜିତ ଡୋଭାଲ୍‌, ବୈଦେଶିକ ସଚିବ ବିନୟ କ୍ବତ୍ରା ଏବଂ ‘ପ୍ରୋଟକଲ୍‌’ର ଡେପୁଟି ଚିଫ୍‌ ଅସୀମ ବୋରା। ଜୁନ ୨୪ ତାରିଖ ସକାଳ ଯାଏ ପ୍ରଧାନମନ୍ତ୍ରୀ ଆମେରିକାରେ ରହିବେ

Leave A Reply

Your email address will not be published.