Latest Odisha News

ଆତ୍ମ-ଦର୍ଶନ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’

ଆତ୍ମା ଦ୍ୱାରା ଆତ୍ମାର ଦର୍ଶନ । ଯେଭଳି ମନୁଷ୍ୟ ତାର ପ୍ରତିବିମ୍ବକୁ ଦର୍ପଣରେ ଦର୍ଶନ କରେ । ସେଇଭଳି ପ୍ରେକ୍ଷାଧ୍ୟାନ ସାଧନା ଦ୍ୱାରା ଆତ୍ମାକୁ ସୁକ୍ଷ୍ମ ଭାବରେ ଅନୁଭବ କରେ । ପ୍ରକୃତ ଆତ୍ମଜ୍ଞାନୀମାନେ ଦେହାଭିମାନରୁ ଉର୍ଦ୍ଧ୍ୱରେ ରହି ଆଞଗାକୁ ପରମାଞଗାଙ୍କ ଅଂଶ ବୋଲି ବିବେଚନା କରନ୍ତି । ତେଣୁ ସାଂସାରିକ ଦୁଃଖ, ଶୋକରୁ ମୁକ୍ତି ପାଆନ୍ତି । ଆଞଗଜ୍ଞାନର ଅଭାବ, ଲୋଭ, ମୋହ, ମାୟାର ଭ୍ରମ । କିଛି ସତସଙ୍ଗୀ ବନ୍ଧୁ ଜ୍ଞାନ ଉପରେ କଥାବାର୍ତ୍ତା ହେଉଥିଲେ । ଜଣେ ଯୁବକ ଯାଇ କହିଲା- ଗତକାଲି ଆପଣ ମାନେ ଆତ୍ମ -ଦର୍ଶନ ବିଷୟରେ ଆଲୋଚନା କରୁଥିଲେ । ଆପଣ ମାନେ ମୋତେ ଟିକେ କୁହନ୍ତୁ- ଆଞଗା କ’ଣ? ଆତ୍ମ-ଦର୍ଶନ କ’ଣ? ସତସଙ୍ଗୀ ମାନେ ଯୁବକକୁ କହିଲେ- ଆପଣ ବସନ୍ତୁ । ଆଜି ଆମର ଏକ ନୂତନ ପ୍ରସଙ୍ଗରେ ଆଲୋଚନା ଚାଲିଛି । ଏହା ପରେ ଆପଣଙ୍କ କଥା ଆଲୋଚନା କରିବା । ଯୁବକଟି କହିଲା- “ମୋର ବସିବାକୁ ସମୟ ନାହିଁ ।

ମୋତେ ମୋ ଅଫିସରେ ଅତିଶୀଘ୍ର ପହଞ୍ଚିବାକୁ ପଡିବ । ତେଣୁ ଶୀଘ୍ର କୁହନ୍ତୁ । ସେ ହସି କହିଲେ – ଆଲୋଚନା ଶୀଘ୍ର ସମ୍ଭବ ନୁହେଁ । ଏହା ସ୍ଥିତପ୍ରଜ୍ଞ ଭାବରେ ବୁଝିବାର ଅଛି । ତୁମେ କିଛି ସମୟ ଅପେକ୍ଷା କର । ଯୁବକଟି କହିଲେ- ଯଦି ଆପଣ କହି ପାରିବେ ନାହିଁ, ତେବେ ମନା କରି ଦିଅନ୍ତୁ । ସତସଙ୍ଗୀ କହିଲେ- ଶୁଣନ୍ତୁ ବର୍ତ୍ତମାନ ବିଦ୍ୟତ୍ ଅଛି । ସୁଇଚ୍ ଦବାଇଲେ ବଲ୍ ଟି ଆଲୋକିତ ହେଉଅଛି । ତେଣୁ ଯଦି କୌଣସି ପ୍ରାଣ ଅଛି, ତେବେ ତୁରନ୍ତଆତ୍ମା କାହିଁକି ପରମାତ୍ମାକୁ ଦେଖି ପାରେ ନାହିଁ? ଏହା ଶୀଘ୍ର ଓ ସହଜ ମାର୍ଗ ନୁହେଁ ? ସୁଇଚ୍ ଦବାଇଲେ ଆଲୋକିତ ହେଉଅଛି । କାରଣ ବଲଟି ତାର ମାଧ୍ୟମରେ ପାୱାରହାଉସ୍ ସହିତ
ସଂଯୁକ୍ତ । ଏହା ପାୱାର ହାଉସ୍ ଠାରୁ ପାୱାର ପ୍ଲାଣ୍ଟ ସହିତ ସଂଯୁକ୍ତ । ଯଦି ଏହି ତାର ସଂଲଗ୍ନ ହୋଇ ନଥାନ୍ତା, ତେବେ ବଲ୍ ଜଳି ନଥାନ୍ତା । ତେଣୁ ଆମର ଆତ୍ମା ରୂପକ ବଲ୍ ଯଦି ଭଗବାନଙ୍କ ସହିତ ସଂଯୁକ୍ତ ନହେବ ତେବେ ଚଳିବ ନାହିଁ । ଯେମିତିକି ପାୱାରହାଉସ୍ ସହିତ ତାରର ସଂଯୋଗ ନାହିଁ, ତେବେ ଆମେ ମିଲିୟନ୍ ଥର ସୁଇଚ୍ ଦବାଇଲେ ମଧ୍ୟ ବଲ୍ ଜଳିବ ନାହିଁ । ଯଦି ଥରେ ତୁମର ମନ ଭଗବାନଙ୍କ ସହିତ ସଂଯୁକ୍ତ ହୋଇଗଲା, ତେବେ ତୁମ ମନର ଆତ୍ମ-ଶୃଙ୍ଖଳା ଘଟିବ । ସେଥିପାଇଁ ଆତ୍ମ-ଦର୍ଶନ ସମୟ ନିଏ । କାରଣ ମନ ଭଗବାନଙ୍କ ସହିତ ଯୋଡିବାକୁ ସମୟ ଲାଗେ । ମନର ତାର ଯୋଡିବା ପ୍ରକ୍ରିୟା ଉପସାନା ।

Leave A Reply

Your email address will not be published.