Latest Odisha News

BREAKING NEWS

ଜୁନ୍‌ ୧୮ରେ ମିଳିବ ପିଏମ କିଶାନ, ଆସିଲା ତାଲିକା ‘ପିଏମ କିଶାନ ଉତ୍ସବ’ରେ କେଉଁ ଜିଲ୍ଲାରେ ଉପସ୍ଥିତ ରହିବେ କେଉଁ ମନ୍ତ୍ରୀ ….

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ୧୮ ଜୁନରେ କୃଷକଙ୍କ ଖାତାକୁ ଆସିବାକୁ ଯାଉଛି | ଉତ୍ତରପ୍ରଦେଶର ବାରାଣସୀରୁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବଣ୍ଟନ ଏହି କିସ୍ତି ପ୍ରଦାନ କରାଯିବ। ତେବେ ଏହି ୧୭ତମ କିସ୍ତି ବଣ୍ଟନ ଦିନଟିକୁ ‘ପିଏମ୍‌ କିଶାନ ଉତ୍ସବ’ ଭାବରେ ଦେଶରେ ପାଳନ କରାଯିବ।

ଏଥର ଓଡ଼ିଶାରେ ବିଜେପି ସରକାର ହେବ ପରେ ଓଡିଶାରେ ସବୁ ଜିଲ୍ଲାରେ ଏହି ଉତ୍ସବ ପାଳନ କରାଯିବ | ଏହାସହିତ ୯.୩ କୋଟି କୃଷକଙ୍କ ଖାତାକୁ ୨୦ ହଜାର କୋଟି ପ୍ରଦାନ କରିଯିବା | ଏଥିପାଇଁ ଜାରି ହୋଇଯାଇଛି ମନ୍ତ୍ରୀମାନଙ୍କ ତାଲିକା | କେଉଁ ଜିଲ୍ଲାରେ କେଉଁ ମନ୍ତ୍ରୀ ଉପସ୍ଥିତ ରହି ଉତ୍ସବ ତଦାରଖ କରିବେ | ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ନୋଟିସ ଜାରି କରାଯାଇଛି |

ତେବେ ଏହି ନୋଟିସ ଅନୁଯାୟୀ;
ମୁଖ୍ୟମନ୍ତ୍ରୀ ମୋହନ ମାଝୀ- ବରଗଡ
ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ- ବରଗଡ
ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା- ପୁରୀ
ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ- କଟକ
ଗ୍ରାମ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାୟକ- କେଭିକେ ନୟାଗଡ
ସ୍କୁଲ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଏବଂ ପଛୁଆବର୍ଗ କଲ୍ୟାଣ, ସାମାଜିକ କଲ୍ୟାଣ ଓ ସଶକ୍ତକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ- କେନ୍ଦ୍ରାପଡ଼ା
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର- ଢେଙ୍କାନାଳ
ଆଇନ, ଆଇନ ଓ ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ- ଖୋର୍ଦ୍ଧା
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ବୈଦ୍ୟୁତିକ ଓ ସୂଚନା ବୈଷୟିକ ମନ୍ତ୍ରୀ ମୁକେଶ ମହାଲିଙ୍ଗ- କେଭିକେ, ସିଫା କୌଶ୍ୟଲ୍ୟାଗଙ୍ଗ
ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା- ଗଞ୍ଜାମ
ଗୃହ ଓ ନଗର ଉନ୍ନୟନ, ସାଧାରଣ ଅଭିଯୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର- ଅନୁଗୋଳ
ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ ନିଯୁକ୍ତି ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ- କେଭିକେ ବଡଚଣା
ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର, ଓ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ- ଭଦ୍ରକ
ସମବାୟ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ- ଯାଜପୁର
ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ, ଅତିକ୍ଷୁଦ୍ର ଓ କ୍ଷୁଦ୍ର ଓ ମଧ୍ୟମ ଉଦ୍ଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ- କେଭିକେ ଭଞ୍ଜନଗର
ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ବାଇଁ- ଜଗତସିଂପୁର

ଉପରୋକ୍ତ ମନ୍ତ୍ରୀମାନଙ୍କୁ ଯଥାକ୍ରମେ ଉପୋରକ୍ତ ସ୍ଥାନ ଦାୟିତ୍ୱ ଦିଆଯାଇଥିବା ବେଳେ ବାଲେଶ୍ୱର, ଗଜପତି, କଳାହାଣ୍ଡି,କନ୍ଧମାଳ, କେଉଁଝର, ମୟୁରଭଞ୍ଜ ଏବଂ ନବରଙ୍ଗପୁରରେ ସେଠାକାର ସାଂସଦମାନଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ,ପ୍ରଧାନମନ୍ତ୍ରୀ କୃଷକ ଯୋଜନା ବା ପିଏମ କିଶାନ ନିଧି ଏକ ପ୍ରତ୍ୟକ୍ଷ ଲାଭ ସ୍ଥାନାନ୍ତର ଯୋଜନା । ଯେଉଁଥିରେ କୃଷକଙ୍କୁ ବାର୍ଷିକ ୬,୦୦୦ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ।

Leave A Reply

Your email address will not be published.