Latest Odisha News

ଚାଷୀଙ୍କ ପାଇଁ ଖୁସି ଖବର, ଏହି ଦିନ ମିଳିବ ପିଏମ କିସାନର ୧୬ତମ କିସ୍ତି

ନୂଆଦିଲ୍ଲୀ: ଦେଶର ଚାଷୀ ମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଆରମ୍ଭ କରିଛନ୍ତି ପିଏମ କିସାନ ଯୋଜନା । ଏହି ଯୋଜନା ଅଧିନରେ ସବୁ ଚାଷୀ ଭାଇ ମାନଙ୍କ ବ୍ୟଙ୍କ ଆକାଉଣ୍ଟକୁ କିସ୍ତି ମାଧ୍ୟମରେ ଟଙ୍କା ଦିଆଯାଉଛି । ଗତଥର ସରକାର ଏହି ଯୋଜନାରେ ଅନ୍ତର୍ଭୁକ୍ତ କୃଷକମାନଙ୍କୁ ୧୫ତମ କିସ୍ତି ପ୍ରଦାନ କରିଛନ୍ତି । ଏବେ କୃଷକ ମାନଙ୍କ ଆକାଉଣ୍ଟକୁ ପଏମ କିସାନର ୧୬ତମ କିସ୍ତି ଆସିବାକୁ ଯାଉଛି । ୨୮ ଫେବୃଆରୀରେ ୨୦୨୪ରେ ସବୁ କୃଷକ ମାନଙ୍କ ଖାତାକୁ ଆସିବ ଏହି ଟଙ୍କା । ଯଦି ଆପଣ ବି ଏହି ଯୋଜନାରେ ଅନ୍ତର୍ଭୁକ୍ତ ତେବେ ଯଥାଶୀଘ୍ର ଷ୍ଟାଟସ୍ ଚେକ୍ କରନ୍ତୁ ।

ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ଚାଷୀଙ୍କୁ ବାର୍ଷିକ ୬,୦୦୦ ଟଙ୍କା ଦିଆଯାଉଛି । ଏହି ରାଶି କୃଷକଙ୍କ ଖାତାକୁ ପ୍ରତି ୪ ମାସରେ ଥରେ କିସ୍ତି ଆକାରରେ ଦିଆଯାଉଛି । ପ୍ରତ୍ୟେକ କିସ୍ତିରେ ୨,୦୦୦ ଟଙ୍କା ଲେଖାଏଁ କୃଷକଙ୍କ ଆକାଉଣ୍ଟକୁ ଆସିଥାଏ । ଗତ ୨୭ ନଭେମ୍ବର ୨୦୨୪ରେ ସରକାର ଏହାର ୧୫ ତମ କିସ୍ତି ପ୍ରଦାନ କରିଥିଲେ । ବର୍ତ୍ତମାନ ସରକାର ଏହାର ୧୬ତମ କିସ୍ତି ରିଲିଜ୍ କରିବାକୁ ଯାଉଛନ୍ତି ।

ଦେଶର ସମସ୍ତ ଚାଷୀଙ୍କ ପାଇଁ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି। ଯେକୌଣସି ବର୍ଗର କୃଷକମାନେ ଏହି ଯୋଜନାର ଲାଭ ଉଠାଇପାରିବେ । ତେବେ ଏହି ଯୋଜନାର ଲାଭ ପାଇବାକୁ ହେଲେ ଚାଷୀଙ୍କୁ E-KYC ଏବଂ ଜମି ଯାଞ୍ଚ କରିବା ଆବଶ୍ୟକ | ଯେଉଁ କୃଷକମାନେ E- KYC ଏବଂ ଜମି ଯାଞ୍ଚ କରିନାହାଁନ୍ତି ସେମାନେ ୧୬ ତମ କିସ୍ତିର ଲାଭରୁ ବଞ୍ଚିତ ହେବେ । ଯଦି ଆପଣ ପିଏମ୍ କିସାନ୍ ଯୋଜନା ପାଇଁ ମଧ୍ୟ ପଞ୍ଜୀକୃତ ହୋଇଛନ୍ତି, ତେବେ ଆପଣ ଯଥାଶୀଘ୍ର ନିଜର ସ୍ଥିତି ଯାଞ୍ଚ କରିନିଅନ୍ତୁ ।

 

Comments are closed.