Latest Odisha News

BREAKING NEWS

୧୯୪୭ରୁ ଆଜି ପର୍ଯ୍ୟନ୍ତ କେଉଁମାନ‌େ ଅର୍ଥ ମନ୍ତ୍ରୀ ଦାୟିତ୍ବ ତୁଲାଇଛନ୍ତି, ଜାଣନ୍ତୁ…

ନୂଆଦିଲ୍ଲୀ: ଭାରତର ଅର୍ଥନୀତିର‌େ ଅର୍ଥମନ୍ତ୍ରୀ ମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଯେଉଁମାନଙ୍କର ପ୍ରମୁଖ ଦାୟିତ୍ବ ହ‌ୋଇଥାଏ ଦେଶର ବାର୍ଷିକ ବଜେଟ୍ ଉପସ୍ଥାପନ କରିବା।

ତ‌େବ‌େ ୧୯୪୭ ମସିହା ତଥା ଦେଶ ସ୍ବାଧିନ ହେବା ପରଠାରୁ ଆଜି ଯାଏଁ ଅନେକ ଅର୍ଥମନ୍ତ୍ରୀ ଏହି ଗୁରୁ ଦାୟିତ୍ବ ତୁଲାଇଛନ୍ତି। ଆସନ୍ତୁ ଜାଣିବା ସେମାନଙ୍କ ସମ୍ପର୍କର‌େ…

ଆର କ‌େ ଶାନମୁଖମ୍ ଚେତୀ- ସ୍ୱାଧୀନ ଭାରତର ପ୍ରଥମ ଅର୍ଥମନ୍ତ୍ରୀ ଥିଲେ କେ ଶାନମୁଖମ୍ ଚେତୀ। ଯିଏକି ଭାରତର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ସମୟର‌େ ଭାରତୀୟ ଜାତୀୟ କଂଗ୍ରେସରୁ ୧୯୪୭ରୁ ୧୯୪୯ ମସିହା ପର୍ଯ୍ୟନ୍ତ ଏହି ଦାୟିତ୍ବ ତୁଲାଇଥିଲ‌େ।

ଜନ୍ ମାଥାଇ- ଭାରତୀୟ ଜାତୀୟ କଂଗ୍ରେସରୁ ଜନ୍ ମାଥାଇ ୧୯୪୯ ମସିହାରୁ ୧୯୫୦ ମସିହା ଯାଏଁ ଭାରତର ଦ୍ୱିତୀୟ ଅର୍ଥମନ୍ତ୍ରୀ ଦାୟିତ୍ବ ତୁଲାଇଥିଲ‌େ। ସ‌େ ସମୟର‌େ ଭାରତର ପ୍ରଧାନମନ୍ତ୍ରୀ ଥିଲ‌େ ଜବାହରଲାଲ ନେହେରୁ।

ଶି.ଡି ଦେଶମୁଖ- ଜବାହରଲାଲ ନେହେରୁ ଭାରତର ପ୍ରଧାନମନ୍ତ୍ରୀ ଥିବା ବେଳେ ଭାରତୀୟ ଜାତୀୟ କଂଗ୍ରେସରୁ ଶି.ଡି ଦେଶମୁଖ ୩ୟ ଅର୍ଥ ମନ୍ତ୍ରୀ ଥିଲ‌େ। ଯିଏକି ୧୯୫୦ରୁ ୧୯୫୭ ପର୍ଯ୍ୟନ୍ତ ଅର୍ଥମନ୍ତ୍ରୀ ଦାୟିତ୍ବ ତୁଲାଇଥିଲ‌େ।

ଟି.ଟି.କ୍ରିଷ୍ଣମାଚାରୀ- ଭାରତୀୟ ଜାତୀୟ କଂଗ୍ରେସରୁ ଟି.ଟି.କ୍ରିଷ୍ଣମାଚାରୀ ଭାରତର ୪ର୍ଥ ଅର୍ଥମନ୍ତ୍ରୀ ହ‌ୋଇଥିଲେ।୧୯୫୭ରୁ ୧୯୫୮ ମସିହା ଫେବୃଆରୀ ୧୩ ତାରିଖ ପର୍ଯ୍ୟନ୍ତ ଦାୟିତ୍ବ ତୁଲାଇଥିଲ‌େ।

ଜବାହରଲାଲ ନେହେରୁ- ଭାରତର ପ୍ରଧାନମନ୍ତ୍ରୀ ଭାବରେ ପଣ୍ଡିତ ଜବାହରଲାଲ ନେହେରୁ ୧୯୫୮ ମସିହା ଫେବୃଆରୀ ୧୩ରୁ ୧୯୫୮ ମସିହା ମାର୍ଚ୍ଚ୧୩ ତାରିଖ ପର୍ଯ୍ୟନ୍ତ Finance Portfolio ପରିଚାଳନା କରିଥିଲେ। ଏହା ପୂର୍ବରୁ ସ‌େ ୧୯୫୬ ମସିହା ଅଗଷ୍ଟ ୧ରୁ ୧୯୫୬ ଅଗଷ୍ଟ ୩୦ ଯାଏଁ ଏହି ଦାୟିତ୍ବର‌େ ଥିଲ‌େ।

ମୋରଜୀ ଦେଶାଇ- ଭାରତୀୟ ଜାତୀୟ କଂଗ୍ରେସର ମୋରଜୀ ଦେଶାଇ ୧୩ ମାର୍ଚ୍ଚ ୧୯୫୮ରୁ ୨୯ ଅଗଷ୍ଟ ୧୯୬୩ ପର୍ଯ୍ୟନ୍ତ ଭାରତର ୫ ମ ଅର୍ଥମନ୍ତ୍ରୀ ରହିଥିଲେ। ସ‌େ ସମୟର‌େ ଜବାହରଲାଲ ନେହେରୁ ଦେଶର ପ୍ରଧାନମନ୍ତ୍ରୀ ଥିଲେ।

ଟି.ଟି.କ୍ରିଷ୍ଣମାଚାରୀ- ଭାରତୀୟ ଜାତୀୟ କଂଗ୍ରେସର ଟି.ଟି.କ୍ରିଷ୍ଣମାଚାରୀ ପୁର୍ନବାର ଦେଶର ଅର୍ଥ ମନ୍ତ୍ରୀ ସମ୍ଭାଳିଥିଲ‌େ। ସ‌େ ୨୯ ଅଗଷ୍ଟ ୧୯୬୩ରୁ ୧୯୬୫ ପର୍ଯ୍ୟନ୍ତ ଦେଶର ୫ମ ଅର୍ଥମନ୍ତ୍ରୀ ହ‌ୋଇଥିଲେ। ଏହା ପୂର୍ବରୁ ସ‌େ ୧୯୫୦ରୁ ୧୯୫୭ ଯାଏଁ ଭାରତର ତୃତୀୟ ଅର୍ଥମନ୍ତ୍ରୀ ହ‌ୋଇଥିଲେ। ଖାଲି ଏତିକି ନୁହ‌େଁ ସ‌େ ୧୯୫୬ରୁ ୧୯୫୮ ଯାଏଁ ମଧ୍ୟ ଏହି ଦାୟିତ୍ବ ତୁଲାଇଥିଲ‌େ।

ସଚ୍ଚିନ୍ଦ୍ର ଛଉଦଶୁରୀ- ଭାରତୀୟ ଜାତୀୟ କଂଗ୍ରେସର ସଚ୍ଚିନ୍ଦ୍ର ଛଉଦଶୁରୀ ୧୯୬୬ରୁ ୧୩ ମାର୍ଚ୍ଚ ୧୯୬୭ ପର୍ଯ୍ୟନ୍ତ ଭାରତର ଷଷ୍ଠ ଅର୍ଥମନ୍ତ୍ରୀ ଭାବ‌େ ଦାୟିତ୍ବ ତୁଲାଇଥିଲେ। ସ‌େ ସମୟର‌େ ଲାଲ ବାହାଦୂର ଶାସ୍ତ୍ରୀ ଏବଂ ଇନ୍ଦିରା ଗାନ୍ଧୀ ଭାରତର ପ୍ରଧାନମନ୍ତ୍ରୀ ଥିଲେ।

ମୋରାଜୀ ଦେଶାଇ- ଇନ୍ଦିରା ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ଥିବା ବେଳେ ୧୩ ମାର୍ଚ୍ଚ ୧୯୬୭ରୁ ୧୬ ଜୁଲାଇ ୧୯୬୯ ପର୍ଯ୍ୟନ୍ତ ମୋରାଜୀ ଦେଶାଇ ଭାରତର ଅର୍ଥମନ୍ତ୍ରୀ ଦାୟିତ୍ବ ତୁଲାଇଥିଲେ। ମୋରାଜୀ ଦେଶାଇ ଏହାପୂର୍ବରୁ ଭାରତର ୫ମ ଅର୍ଥମନ୍ତ୍ରୀ ମଧ୍ୟ ହ‌ୋଇଥିଲ‌େ।

ଇନ୍ଦିରା ଗାନ୍ଧୀ- ଦେଶର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୭୦ରୁ ୧୯୭୧ ମସିହା ପର୍ଯ୍ୟନ୍ତ Finance Portfolio ପରିଚାଳନା କରିଥିଲେ।

ୱାଇ.ବି.ଚବନ- ଭାରତୀୟ ଜାତୀୟ କଂଗ୍ରେସର ଯଶବନ୍ତରାଓ ବଲୱନ୍ତରାଓ ଚବନ ୧୯୭୧ରୁ ୧୯୭୫ ମସିହା ପର୍ଯ୍ୟନ୍ତ ଭାରତର ସପ୍ତମ ଅର୍ଥମନ୍ତ୍ରୀ ଭାବ‌େ ଦାୟିତ୍ବ ନିର୍ବାହ କରିଥିଲେ। ସ‌େ ସମୟର‌େ ଇନ୍ଦିରା ଗାନ୍ଧୀ ଭାରତର ପ୍ରଧାନମନ୍ତ୍ରୀ ଥିଲେ।

ଚିଦାମ୍ବରମ୍ ସୁବ୍ରମଣ୍ୟମ୍- ଭାରତୀୟ ଜାତୀୟ କଂଗ୍ରେସର ଚିଦାମ୍ବରମ୍ ସୁବ୍ରମଣ୍ୟମ୍ ୧୯୭୫ରୁ ୧୯୭୭ ପର୍ଯ୍ୟନ୍ତ ଦେଶର ଅଷ୍ଟମ ଅର୍ଥମନ୍ତ୍ରୀ ଥିଲେ। ସ‌େ ସମୟର‌େ ଇନ୍ଦିରା ଗାନ୍ଧୀ ଭାରତର ପ୍ରଧାନମନ୍ତ୍ରୀ ରହିଥିଲେ।

ହିରୁଭାଇ ଏମ୍. ପଟେଲ- ଜନତା ପାର୍ଟିର ହରିଭାଇ ଏମ୍. ପଟେଲ ୨୪ ମାର୍ଚ୍ଚ ୧୯୭୭ରୁ ୨୪ ଜାନୁୟାରୀ ୧୯୭୯ ପର୍ଯ୍ୟନ୍ତ ଦେଶର ୯ମ ଅର୍ଥମନ୍ତ୍ରୀ ଦାୟିତ୍ବ ତୁଲାଇଥିଲ‌େ। ସ‌େ ସମୟର‌େ ଭାରତର ପ୍ରଧାନମନ୍ତ୍ରୀ ଥିଲେ ମ‌ୋରାଜୀ ଦେଶାଇ।

ଚରଣ ସିଂହ- ଜନତା ପାର୍ଟିର ଚରଣ ସିଂ ୨୪ ଜାନୁୟାରୀ ୧୯୭୯ରୁ ୨୮ ଜୁଲାଇ ୧୯୭୯ ପର୍ଯ୍ୟନ୍ତ ଭାରତର ଦଶମ ଅର୍ଥମନ୍ତ୍ରୀ ହ‌ୋଇଥିଲେ। ଆଉ ସ‌େ ସମୟର‌େ ମୋରାଜୀ ଦେଶାଇ ଭାରତର ପ୍ରଧାନମନ୍ତ୍ରୀ ଭାବ‌େ ଦାୟିତ୍ବ ତୁଲାଇଥିଲେ।

ହେମବତୀ ନନ୍ଦନ ବାହୁଗୁନା- ଜନତା ପାର୍ଟି (ସେକୁଲାର)ରୁ ହେମବତୀ ନନ୍ଦନ ବାହୁଗୁନା ଭାରତର ଏକାଦଶ ଅର୍ଥମନ୍ତ୍ରୀ ହ‌ୋଇଥିଲେ। ସ‌େ ୨୮ ଜୁଲାଇ ୧୯୭୯ରୁ ୧୪ ଜାନୁୟାରୀ ୧୯୮୦ ପର୍ଯ୍ୟନ୍ତ ଏହି ଦାୟିତ୍ବ ତୁଲାଇଥିଲ‌େ। ସ‌େ ସମୟ‌ର‌େ ଚରଣ ସିଂ ଭାରତର ପ୍ରଧାନମନ୍ତ୍ରୀ ଥିଲେ।

ଆର.ଭେଙ୍କଟରମଣ- ଭାରତୀୟ ଜାତୀୟ କଂଗ୍ରେସର ଭେଙ୍କଟରମଣ ୧୪ ଜାନୁୟାରୀ ୧୯୮୦ରୁ ୧୫ ଜାନୁୟାରୀ ୧୯୮୨ ପର୍ଯ୍ୟନ୍ତ ଭାରତର ଦ୍ୱାଦଶ ଅର୍ଥମନ୍ତ୍ରୀ ହ‌ୋଇଥିଲେ। ସ‌େ ସମୟର‌େ ଇନ୍ଦିରା ଗାନ୍ଧୀ ଭାରତର ପ୍ରଧାନମନ୍ତ୍ରୀ ଥିଲେ।

ପ୍ରଣବ ମୁଖାର୍ଜୀ- ଭାରତୀୟ ଜାତୀୟ କଂଗ୍ରେସର ପ୍ରଣବ ମୁଖାର୍ଜୀ ୧୫ ଜାନୁୟାରୀ ୧୯୮୨ରୁ ୩୧ ଡିସେମ୍ବର ୧୯୮୪ ପର୍ଯ୍ୟନ୍ତ ଭାରତର ୧୩ତମ ଅର୍ଥ ମନ୍ତ୍ରୀ ଭା‌ବେ ଦାୟିତ୍ବ ତୁଲାଇଥିଲ‌େ। ‌ସେ ସମୟର‌େ ଇନ୍ଦିରା ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ରହିଥିଲେ।

ବିଶ୍ୱନ‌ାଥ ପ୍ରତାପ ସିଂ- ଭାରତୀୟ ଜାତୀୟ କଂଗ୍ରେସର ବିଶ୍ୱନ‌ାଥ ପ୍ରତାପ ସିଂ ୩୧ ଡିସେମ୍ବର ୧୯୮୪ରୁ ୨୪ ଜାନୁୟାରୀ ୧୯୮୭ ପର୍ଯ୍ୟନ୍ତ ଭାରତର ୧୪ ତମ ଅର୍ଥମନ୍ତ୍ରୀ ଥିଲେ। ଯେଉଁ ସମୟର‌େ ରାଜୀବ ଗାନ୍ଧୀ ଭାରତର ପ୍ରଧାନମନ୍ତ୍ରୀ ଭାବ‌େ ରହିଥିଲେ।

ରାଜୀବ ଗାନ୍ଧୀ- ରାଜୀବ ଗାନ୍ଧୀ ଭାରତର ପ୍ରଧାନମନ୍ତ୍ରୀ ଭାବରେ ୨୪ ଜାନୁୟାରୀ ୧୯୮୭ରୁ ୨୫ ଜୁଲାଇ ୧୯୮୭ ପର୍ଯ୍ୟନ୍ତ Finance Portfolio ପରିଚାଳନା କରିଥିଲେ।

ନାରାୟଣ ଦତ୍ତ ତିୱାରୀ- ଭାରତୀୟ ଜାତୀୟ କଂଗ୍ରେସର ଏନ. ଡି ତିୱାରୀ ୨୫ ଜୁଲାଇ ୧୯୮୭ ରୁ ୨୫ ଜୁନ୍ ୧୯୮୮ପର୍ଯ୍ୟନ୍ତ ଭାରତର ୧୫ ତମ ଅର୍ଥମନ୍ତ୍ରୀ ଥିଲେ। ଯେଉଁ ସମୟର‌େ ରାଜୀବ ଗାନ୍ଧୀ ଭାରତର ପ୍ରଧାନମନ୍ତ୍ରୀ ଭାବ‌େ ରହିଥିଲେ।

ଶଙ୍କରରାଓ ଭବ୍ରାଓ ଚଭନ୍- ଏସ୍.ବି.ଚଭନ୍ ଭାରତର ୧୬ ତମ ଅର୍ଥମନ୍ତ୍ରୀ ଭାବେଭ ଦାୟିତ୍ବ ତୁଲାଇଥିଲେ। ସେମ ୨୫ ଜୁନ୍ ୧୯୮୮ରୁ ୨ ଡିସେମ୍ବର ୧୯୮୯ ପର୍ଯ୍ୟନ୍ତ ଏହି ଦାୟିତ୍ବରେ ରହିଥିଲେ। ସେ ସମୟରେ ରାଜୀବ ଗାନ୍ଧୀ ଭାରତର ପ୍ରଧାନମନ୍ତ୍ରୀ ଥିଲେ।

ମଧୁ ଦଣ୍ଡାଭାଟେେ- ଜନତା ଦଳ/ନ୍ୟାସନାଲ ଫ୍ରଣ୍ଟରୁ ମଧୁ ଦଣ୍ଡାଭାଟେ। ଭାରତର ୧୭ ତମ ଅର୍ଥମନ୍ତ୍ରୀ ହୋନଇଥିଲେ। ଭି.ପି. ସିଂ ଭାରତର ପ୍ରଧାନମନ୍ତ୍ରୀ ଥିବା ବେଳେ ସେୟ ୨ ଡିସେମ୍ବର ୧୯୮୯ରୁ ୧୦ ନଭେମ୍ବର ୧୯୯୦ ପର‌୍ୟ୍ୟନ୍ତ ଏହି ଦାୟିତ୍ବରେ ରହିଥିଲେ।

ଯଶବନ୍ତ ସିହ୍ନା- ସମାଜବାଦୀ ଜନତା ପାର୍ଟି/ନ୍ୟାସନାଲ ଫ୍ରଣ୍ଟର ଯଶବନ୍ତ ସିହ୍ନା ୧୦ ନଭେମ୍ବର ୧୯୯୦ରୁ ୨୧ ଜୁନ୍ ୧୯୯୧ ପର୍ଯ୍ୟନ୍ତ ଭାରତର ୧୮ ତମ ଅର୍ଥମନ୍ତ୍ରୀ ହୋଇଥିଲେ। ସେ ସମୟ‌ରେ ଚନ୍ଦ୍ର ଶେଖର ଭାରତର ପ୍ରଧାନମନ୍ତ୍ରୀ ଥିଲେ।

ମନମୋହନ ସିଂ- ଭାରତୀୟ ଜାତୀୟ କଂଗ୍ରେସର ଡକ୍ଟର ମନମୋହନ ସିଂ ୨୧ ଜୁନ୍ ୧୯୯୧ରୁ ୧୬ ମଇ ୧୯୯୬ ପର୍ଯ୍ୟନ୍ତ ଭାରତର ୧୯ ତମ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ସେ ସମୟରେ ପି.ଭି.ନରସିଂହ ରାଓ ଭାରତର ପ୍ରଧାନମନ୍ତ୍ରୀ ଥିଲେ।

ଜସୱନ୍ତ ସିଂ- ଭାରତୀୟ ଜନତା ପାର୍ଟିର ଜସୱନ୍ତ ସିଂ ଦେଶର ୨୦ତମ ଅର୍ଥ ମନ୍ତ୍ରୀ ହୋଥଇଥିଲେ। ସେ ୧୬ ମଇ ୧୯୯୬ରୁ ୧ ଜୁନ୍ ୧୯୯୬ ପର୍ଯ୍ୟନ୍ତ ଏହି ଦାୟିତ୍ବ ତୁଲାଇଥିଲେ୍। ସେ ସମୟରେ ଅଟଳ ବିହାରୀ ବାଜପେୟୀ ଭାରତର ପ୍ରଧାନମନ୍ତ୍ରୀ ଥିଲେ।

ପି. ଚିଦାମ୍ବରମ୍- ତାମିଲ ମାନିଲା କଂଗ୍ରେସ/ୟୁନାଇଟେଡ୍ ଫ୍ରଣ୍ଟରୁ ଚିଦାମ୍ବରମ୍ ଦେଶର ୨୧ତମ ପ୍ରଧାନମନ୍ତ୍ରୀ ହୋଇଥିଲେ୬। ୧ ଜୁନ୍ ୧୯୯୬ରୁ ୨୧ ଏପ୍ରିଲ୍ ୧୯୯୭ ଯାଏଁ ଅର୍ଥ ମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିଥିଲେ୍। ସେେ ସମୟରେ ଏଚ୍ ଡି ଦେବେ ଗୌଡା ଭାରତର ପ୍ରଧାନମନ୍ତ୍ରୀ ଥିଲେ।

ଇନ୍ଦର କୁମାର ଗୁଜରାଲ- ଜନତା ଦଳ/ୟୁନାଇଟେଡ୍ ଫ୍ରଣ୍ଟରୁ ଆଇ.କେ ଗୁଜରାଲ ଭାରତର ପ୍ରଧାନମନ୍ତ୍ରୀ ଭାବରେ Finance Portfolio ଭାବେ ପରିଚାଳନା କରିଥିଲେଲ। ଯିଏକି ୨୧ ଏପ୍ରିଲ ୧୯୯୭ରୁ ୧ ମଇ ୧୯୯୭ ପର‌୍ୟ୍ୟନ୍ତ ଏହି ଦାୟିତ୍ବରେ ରହିଥିଲେ।

ଅରୁଣ ଜେଟଲି- ନରେନ୍ଦ୍ର ମ‌ୋଦି ଶାସନ କାଳର‌େ ଅରୁଣ ଜେଟଲି ୨୦୧୪ ମସିହା ମ‌େ ୨୬ରୁ ୨୦୧୮ ମସିହା ମ‌େ ୧୪ ଯାଏଁ ଅର୍ଥମନ୍ତ୍ରୀ ଦାୟିତ୍ବ ତୁଲାଇଥିଲ‌େ।

ପିୟୁଷ ଗ‌ୋୟଲ- ୨୦୧୮ ମସିହା ମ‌େ ୧୪ରୁ ୨୦୧୮ ଅଗଷ୍ଟ ୨୨ ଯାଏଁ ଅର୍ଥ ମନ୍ତ୍ରୀ ଭାର ସମ୍ଭାଳିଥିଲ‌େ। ସ‌େ ସମୟ‌ର‌େ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଥିଲ‌େ।

ନିର୍ମଳା ସୀତାରମଣ- ନରେନ୍ଦ୍ର ମ‌ୋଦି ଶାସନ କାଳର‌େ ନିର୍ମଳା ସୀତାରମଣ ୨୦୧୯ ମସିହା ମ‌େ ୩୧ରୁ ଆଜି ଯାଏଁ ଦେଶର ଅର୍ଥ ମନ୍ତ୍ରୀ ଦାୟିତ୍ବ ନିର୍ବାହ କରୁଛନ୍ତି।

Leave A Reply

Your email address will not be published.