Latest Odisha News

BREAKING NEWS

ମଧ୍ୟପ୍ରଦେଶରେ ୫୦, ୭୦୦ କୋଟି ଟଙ୍କାର ବିକାଶ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ବୀନାଠାରେ ୫୦, ୭୦୦ କୋଟି ଟଙ୍କାର ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ସେଗୁଡିକ ମଧ୍ୟରେ ବୀନାଠାରେ ଭାରତ ପଟ୍ରୋଲିୟମ ନିଗମ ଲିମିଟେଡ(ବିପିସିଏଲ)ର ପେଟ୍ରୋ ରସାୟନ  ।  ୪୯ ହଜାର କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ  ବିକଶିତ ହେବ । ଏହା ବ୍ୟତୀତ ନର୍ମଦାପୁରମ୍ ଜିଲ୍ଲାରେ ଶକ୍ତି ଓ ଅକ୍ଷୟଶକ୍ତି ନିର୍ମାଣ ଅଞ୍ଚଳ, ଇନ୍ଦୋରରେ ଦୁଇଟି ଆଇଟି ଉଦ୍ୟାନ, ରତଲାମ୍ରେ ଗୋଟିଏ ବୃହତ ଶିଳ୍ପ ଉଦ୍ୟାନ ଓ ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ଛଅଟି ନୂତନ ଶିଳ୍ପାଞ୍ଚଳ ଅନ୍ତର୍ଭୁକ୍ତ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ସମବେତ ଜନତାଙ୍କୁ ଉଦବୋଧନ ଦେଇ କହିଥିଲେ,  ବୁନ୍ଦେଲଖଣ୍ଡ ହେଉଛି ଯୋଦ୍ଧାଙ୍କ ଭୂମି । ସେ ମଧ୍ୟପ୍ରଦେଶର ସାଗରକୁ ମାସକ ମଧ୍ୟରେ ଆସିଥିବାର ସୁଯୋଗ ପାଇଥିବାରୁ ସେଠାକାର ସରକାରଙ୍କୁ ଧନ୍ୟବାଦ ଦେଇଥିଲେ । ଆଜିର ଏହି ପ୍ରକଳ୍ପଗୁଡିକ ସେ ଅଞ୍ଚଳର ବିକାଶକୁ ନୂତନ ଶକ୍ତି ଯୋଗାଇବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସରକାର ଏସବୁ ପ୍ରକଳ୍ପ ନିମନ୍ତେ ୫୦ହଜାର କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରୁଛନ୍ତି ଯାହା କି ଦେଶର କେତେକ ରାଜ୍ୟର ବଜେଟର ପରିମାଣଠାରୁ ମଧ୍ୟ ଅଧିକ ବୋଲି କହିଥିଲେ । ଏହା ବ୍ୟତୀତ ଇନ୍ଦୋରଠାରେ ଦୁଇଟି ଆଇଟି ଉଦ୍ୟାନ ଓ ଛଅଟି ନୂତନ ଶିଳ୍ପ ଉଦ୍ୟାନର ଶିଳାନ୍ୟାସ କରିଥିଲେ ପ୍ରଧାନମନ୍ତ୍ରୀ  “ଏହା ଆମର ମଧ୍ୟପ୍ରଦେଶ ପ୍ରତି ଥିବା ସଂକଳ୍ପର ନିଦର୍ଶନ” ବୋଲି ସେ କହିଥିଲେ ।

ଅକ୍ଟୋବର ୫, ୨୦୨୩ରେ ରାଣୀ ଦୁର୍ଗାବତୀଙ୍କ ୫୦୦ତମ ଜୟନ୍ତୀ ମହା ଧୁମଧାମରେ ପାଳିତ ହେବ ବୋଲି ପ୍ରତିଶୁତି ଦେଇଥିଲେ ମୋଦି ।   ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ମଧ୍ୟପ୍ରଦେଶ ଯେପରି ସଫଳତାର ଶିଖର ଛୁଇଁବ ସେଥିପାଇଁ ଆମର ନିରବଚ୍ଛିନ୍ନ ଉଦ୍ୟମ ଜାରିରହିବ । ମଧ୍ୟପ୍ରଦେଶର ପ୍ରତ୍ୟେକ ପରିବାର ଜବୀନ ସୁଖପଦ ହେବା ସହ ପ୍ରତ୍ୟେକ ଘରକୁ ସମୃଦ୍ଧି ଆସୁ । ମୋଦୀଙ୍କ ଟ୍ରାକ ରେକର୍ଡ ଆପଣମାନଙ୍କ ଆଗରେ ରହିଛି । ରାଜ୍ୟରେ ଗରିବଙ୍କ ନିମନ୍ତେ ୪୦ଲକ୍ଷ ପକ୍କା ଘର, ଶୌଚାଳୟର ଗ୍ୟାରେଣ୍ଟି, ମାଗଣା ଚିକିତ୍ସା ସୁବିଧା, ବ୍ୟାଙ୍କ ଖାତା ଓ ଧୂମହୀନ ରୋଷେଇ ଘର ଉପଲବ୍ଧ । ରକ୍ଷା ବନ୍ଧନ ଅବସରରେ ଗ୍ୟାସ ସିଲିଣ୍ଡର ଦର ହ୍ରାସ ପାଇଥିବା ବିଷୟ ମଧ୍ୟ ସେ କହିଥିଲେ ।

Leave A Reply

Your email address will not be published.