Latest Odisha News

ରେଢ଼ାଖୋଲ ଷ୍ଟେସନଠାରେ ରହଣି କରିବ ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସ୍

ଭୁବନେଶ୍ଵର: ଯାତ୍ରୀମାନଙ୍କ ସୁବିଧା ତଥା ଯାତ୍ରୀମାନଙ୍କୁ ଆରାମଦାୟକ ଯାତ୍ରା ଯୋଗାଇବା ପାଇଁ ରେଳ ମନ୍ତ୍ରଣାଳୟ ୧୫ତାରିଖ (୧୪ ସେପ୍ଟେମ୍ବର ରାତି) ରୁ ପରୀକ୍ଷାମୂଳକ ଭିତ୍ତିରେ ରେଢ଼ାଖୋଲ ଷ୍ଟେସନରେ ୧୮୪୨୫/୧୮୪୨୬ ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସର ରହଣି ପାଇଁ ନିଷ୍ପତ୍ତି ନେଇଛି।

ପୁରୀରୁ ଛାଡୁଥିବା ୧୮୪୨୫ ପୁରୀ-ଦୁର୍ଗ ଏକ୍ସପ୍ରେସ ରେଢ଼ାଖୋଲ ଷ୍ଟେସନ ଠାରେ ରାତ୍ରି ୧୨ଘ.୫୮ମି.ରେ ପହଞ୍ଚି ରାତ୍ରି୦୧ ଘଟିକା ସମୟରେ ଦୁର୍ଗ ଅଭିମୁଖେ ଯାତ୍ରା କରିବ। ଫେରିବା ମାର୍ଗରେ ଦୁର୍ଗରୁ ଛାଡୁଥିବା୧୮୪୨୬ ଦୁର୍ଗ-ପୁରୀ ଏକ୍ସପ୍ରେସ ରେଢ଼ାଖୋଲ ଷ୍ଟେସନ ଠାରେ ରାତ୍ରି ୦୨ଘ.୦୨ମି.ରେ ପହଞ୍ଚି ରାତ୍ରି ୦୨ଘ.୦୪ମି.ରେ ପୁରୀ ଅଭିମୁଖେ ଯାତ୍ରା କରିବ।

Leave A Reply

Your email address will not be published.