Latest Odisha News

BREAKING NEWS

ଡ୍ରୋନ୍ ହମଲାରୁ ବର୍ତ୍ତିବା ପାଇଁ ଆସିବ ଫାଷ୍ଟ ଟ୍ରାକ୍ ପଲିସି

ନୂଆଦିଲ୍ଲୀ : ଡ୍ରୋନ୍ ହାମଲାରୁ ବର୍ତ୍ତିବା ପାଇଁ ଆସିବ ଫାଷ୍ଟ ଟ୍ରାକ୍ ପଲିସି । ଜାମ୍ମୁରେ ହୋଇଥିବା ଆତଙ୍କୀ ଡ୍ରୋନ୍ ହମଲାରୁ ସୁରକ୍ଷିତ ରହିବା ଲାଗି ଖୁବଶୀଘ୍ର ଆସିବ ମଜଭୁତ ନୀତି । ଖୁବଶୀଘ୍ର ଆଣ୍ଟି-ଡ୍ରୋନ ପଲିସି ଆସିବା ସହ ଗଠନ ହେବ ସର୍ଭେଲାନ୍ସ କମିଟି । ଜାମ୍ମୁରେ ଆଣ୍ଟି-ଡ୍ରୋନ ସିଷ୍ଟମ ସ୍ଥାପନ କରାଯିବ । ନ୍ୟାସନାଲ ସିକ୍ୟୁରିଟି ଗାର୍ଡ ଦ୍ୱାରା ପ୍ରତିଷ୍ଠିତ ଆଣ୍ଟି ଡ୍ରୋନ୍ ସିଷ୍ଟମ ସ୍ଥାପନ କରାଯିବ ବୋଲି ସୂଚନା ମିଳିଛି । ପ୍ରତିରକ୍ଷା କ୍ଷେତ୍ରରେ ଭବିଷ୍ୟତରେ ଏଭଳି ଆହ୍ବାନରୁ ବର୍ତ୍ତିବା ପାଇଁ ବ୍ୟାପକ ଡ୍ରୋନ ନୀତି ଆଣିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର ।

BjdElectrycity

ଜାମ୍ମୁ ଏୟାରଫୋର୍ସ ଷ୍ଟେସନରେ ଡ୍ରୋନ ହାମଲା ପରେ ଏକ ଉଚ୍ଚସ୍ତରୀୟ ବୈଠକର ଆୟୋଜନ ହୋଇଥିଲା । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହା ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପ୍ରମୁଖ ସାମିଲ ହୋଇଥିଲେ । ଭବିଷ୍ୟତରେ ଏଭଳି ଆକ୍ରମଣରୁ ରକ୍ଷା ପାଇବା ପାଇଁ ସବିଶେଷ ଆଲୋଚନା ହୋଇଛି । ଆଲୋଚନାରେ ବ୍ୟାପକ ଡ୍ରୋନ ନୀତି ଆଣିବାକୁ ନିଷ୍ପତ୍ତି ହୋଇଛି । ଏଥିରେ ଯୁବଗୋଷ୍ଠୀଙ୍କୁ ସାମିଲ କରାଯିବା ସହ ଷ୍ଟାର୍ଟ ଅପ୍ ଓ ବିଶେଷ ରଣନୀତି ପ୍ରସ୍ତୁତ କରିବା ସମ୍ପର୍କରେ ଆଲୋଚନା କରାଯାଇଛି ।

Leave A Reply

Your email address will not be published.