Latest Odisha News

BREAKING NEWS

ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କଲେ ଦୂତି

ଭୁବନେଶ୍ୱର: ଭାରତର ଦ୍ରୁତତମ ଧାବିକା ଭାବେ ପରିଚିତ ଓଡିଶାର ଦୂତି ଚାନ୍ଦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ୧୦୦ ଏବଂ ୨୦୦ ମିଟରରେ ବିଶ୍ୱ ର‌୍ୟାଙ୍କିଙ୍ଗ ଅନୁସାରେ ସେ ଏହି ଯୋଗ୍ୟତା ହାସଲ କରିଛନ୍ତି । ଦୂତି ବିଶ୍ୱ ର‌୍ୟାଙ୍କିଙ୍ଗରେ ୧୦୦ ମିଟରରେ ୪୪ତମ ଏବଂ ୨୦୦ ମିଟରରେ ୫୧ତମ ସ୍ଥାନରେ ରହିଛନ୍ତି । ତେବେ ତାଙ୍କ ପ୍ରଦର୍ଶନ ଅଲିମ୍ପିକ କ୍ୱାଲିଫାଇଂ ମାର୍କକୁ ଛୁଇଁ ଥିବାରୁ ତାଙ୍କୁ ଏହି କ୍ରୀଡା ମହାକୁମ୍ଭରେ ସୁଯୋଗ ମିଳିଛି ।

ଇଣ୍ଡିଆନ ଗ୍ରାଁପ୍ରିରେ ଦୂତି ୦.୦୨ ସେକେଣ୍ଡ ପାଇଁ ଅଲିମ୍ପିକ୍ସ ଯୋଗ୍ୟତା ହାସଲରେ ବିଫଳ ହୋଇଥିଲେ । ହିମା ଦାସ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛନ୍ତି । ଆଥଲେଟିକ୍ସର ବିଭିନ୍ନ ବିଭାଗରେ ଏ ପର୍ଯ୍ୟନ୍ତ ୧୯ ଭାରତୀୟ ଯୋଗ୍ୟତା ଅର୍ଜନ କରିଛନ୍ତି ।

Leave A Reply

Your email address will not be published.