Latest Odisha News

BREAKING NEWS

ଛତିଶଗଡରେ ଜନସଭାକୁ ସମ୍ବୋଧନ କଲେ ପିଏମ ମୋଦି, ବିରୋଧୀଙ୍କ ଉପରେ ବର୍ଷିଲେ

ରାୟପୁର: ଛତିଶଗଡରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ମତଦାନ । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ସୁରଜପୁରରେ ଏକ ସାଧାରଣସଭାକୁ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି ଯେ, ଗୋଟିଏ ପଟେ ବିଜେପିର ସଙ୍କଳ୍ପ ପତ୍ର ଏବଂ ଅନ୍ୟ ପଟେ କଂଗ୍ରେସର ମିଥ୍ୟା ବ୍ୟବସାୟ । କଂଗ୍ରେସ ଆପଣ ସମସ୍ତଙ୍କୁ ବିଶ୍ୱାସଘାତକତା ବ୍ୟତୀତ ଆଉ କିଛି ଦେଇ ନାହିଁ । ଛତିଶ ଗଡର ଯୁବକମାନଙ୍କ ସ୍ୱପ୍ନକୁ ମଧ୍ୟ କଂଗ୍ରେସ ପୂରଣ କରି ନାହିଁ । ଏପରିକି ସେମାନେ ମହାଦେବଙ୍କ ନାମରେ ମଧ୍ୟ ଘୋଟାଲା କରିଛନ୍ତି । ମହାଦେବ ବେଟିଂ ସ୍କାମ ଆଜି ଦେଶ ବିଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । କଂଗ୍ରେସ ନିଜର ଫାଇଦା ପାଇଁ ଆପଣମାନଙ୍କ ପିଲାମାନଙ୍କ ଦ୍ବାରା ଏହି ବେଟିଂ ସ୍କାମ କରାଉଛି ।

ପ୍ରଧାନମନ୍ତ୍ରୀ ମୋଦୀ ଛତିଶଗଡ ସିଏମ ଭୁପେଶ ବାଘେଲଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଏଠାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଜୁଆ ଅଡ୍ଡାରେ ପରିଣତ ହୋଇଥିଲା । ଏଠି ଖୁଲମଖୁଲା ଜୁଆ ଖେଳ ଚାଲୁଥିଲା । ଆଜି ମୁଖ୍ୟମନ୍ତ୍ରୀଙ୍କ ନିକଟତର ଲୋକମାନେ ଜେଲରେ ଅଛନ୍ତି । ଏଠାରେ ଚଢାଉରେ ବେଳେ ଗଦା ଗଦା ନୋଟ୍ ମିଳୁଛି, ପ୍ରମାଣ ସହିତ କୋଟି କୋଟି ଟଙ୍କା ଜବତ କରାଯାଇଛି ।

ଏହି ଘୋଟାଲାର ସବୁଠାରୁ ବଡ ଅଭିଯୁକ୍ତ ଟିଭିରେ ଆସୁଛି ଏବଂ କହୁଛି ଯେ, ସେ ମୁଖ୍ୟମନ୍ତ୍ରୀଙ୍କୁ ୫୦୦ କୋଟିରୁ ଅଧିକ ଟଙ୍କା ଲାଞ୍ଚ ଦେଇଛି । ଏ ବିଷୟରେ ବର୍ତ୍ତମାନ ଆପଣ ମାନଙ୍କୁ ପ୍ରମାଣ ଦରକାର କି ବୋଲି ମୋଦି ଜନତାଙ୍କୁ ପ୍ରଶ୍ନ କରିଛନ୍ତି? ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ‘ଦେଶରେ କଂଗ୍ରେସ ସରକାର ଯେବେବି ଆସିଛି ଦେଶରେ ଆତଙ୍କବାଦୀ ଏବଂ ନକ୍ସଲମାନଙ୍କ ସାହସ ବଢିଥାଏ । ଯେଉଁ ଯେଉଁ ରାଜ୍ୟରେ କଂଗ୍ରେସ କ୍ଷମତାରେ ଅଛି, ସେଠାରେ ଅପରାଧ ଏବଂ ଲୁଟ୍ ବଢିଚାଲିଛି । ନକ୍ସଲ ହିଂସାକୁ ନିୟନ୍ତ୍ରଣ କରିବାରେ କଂଗ୍ରେସ ସରକାର ବିଫଳ ହୋଇଛନ୍ତି ।

ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ବିଜେପି ଛତିଶଗଡ ନିର୍ମାଣ କରିଛି ଏବଂ ସେଥିପାଇଁ ଆଜି ସମଗ୍ର ଛତିଶଗଡ କହୁଛି, ‘ବିଜେପି ଏହାକୁ ନିର୍ମାଣ କରିଛି, କେବଳ ବିଜେପି ଏହାର ଉନ୍ନତି କରିବ ବୋଲି ମୋଦୀ କହିଛନ୍ତି’।

Leave A Reply

Your email address will not be published.