Latest Odisha News

BREAKING NEWS

ଦୀପାବଳିରେ କରନ୍ତୁ ନାହିଁ ଏହି ଦାନ, ରୁଷ୍ଟ ହେବେ ମହାଲକ୍ଷ୍ମୀ

ଭୁବନେଶ୍ଵର: ଆସୁଛି ଆଲୋକର ପର୍ବ ଦୀପାବଳି । ସେଥିପାଇଁ ଚାରିଆଡେ ଏବେ ଉତ୍ସବର ପରିବେଶ । ସାଧାରଣତଃ ଏହି ପର୍ବରେ ଲୋକମାନେ ନିଜ ପ୍ରିୟଜନ ମାନଙ୍କୁ କିଛି ଉପହାର ଦେଇ ଥାଆନ୍ତି । କିନ୍ତୁ ଭୁଲ ବସତଃ ଦୀପାବଳିରେ ଲୋକମାନେ ଏପରି କିଛି ଉପହାର ଦେଇଥାନ୍ତି ଯାହା ତାଙ୍କ ପାଇଁ ଅଶୁଭ ସାବ୍ୟସ୍ତ ହୋଇଥାଏ । ଏପରି କିଛି ଜିନିଷ ଅଛି ଯାହାକୁ ଆପଣ ଦୀପାବଳି ଦିନ ଅନ୍ୟ କୁ ଦେବା ଦ୍ଵାରା ଘରର ଲକ୍ଷ୍ମୀ ଅନ୍ୟ ଘରକୁ ଚାଲି ଯାଆନ୍ତି । ତେବେ ଜାଣନ୍ତୁ ସେହି ଜିନିଷ ବିଷୟରେ ଯାହାକୁ ଦାନ ଦେବା ଦ୍ଵାରା ମହାଲକ୍ଷ୍ମୀ ରୁଷ୍ଟ ହୋଇଥାଆନ୍ତି ।

ଧନତେରସରେ ଅନ୍ୟ ବସ୍ତୁ ସହ ଲୋକ ଝାଡ଼ୁ କିଣିଥାନ୍ତି । ହିନ୍ଦୁ ଧର୍ମ ଅନୁସାରେ ଝାଡ଼ୁ ଘରର ଦରିଦ୍ରତା ଦୂର କରିଥାଏ । ଏଥିଯୋଗୁ ଘରେ ଲକ୍ଷ୍ମୀଙ୍କ ବାସ ହୋଇଥାଏ । ଏହାଦ୍ୱାରା ଘରେ ଧନସମ୍ପଦ ବୃଦ୍ଧି ପାଏ ବୋଲି ମାନ୍ୟତା ରହିଛି । ହେଲେ ଝାଡ଼ୁକୁ ଦାନ କରିବା ଅଶୁଭ । ଝାଡ଼ୁ ଦାନ କଲେ ଘରୁ ଲକ୍ଷ୍ମୀ ଚାଲିଯାଇଥାନ୍ତି ।

ଆଜିକାଲି ସମସ୍ତଙ୍କ ଘରେ ପ୍ଲାଷ୍ଟିକର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି । ହେଲେ ଏହାକୁ କେବେହେଲେ ଦାନରେ ଦିଅନ୍ତୁ ନାହିଁ । ଏପରି କଲେ ଘରର ଶାନ୍ତି ଚାଲି ଯାଇଥାଏ । ଏହା ଦ୍ୱାରା ମା’ ଲକ୍ଷ୍ମୀ ରୁଷ୍ଟ ହେବା ସହ ଧନହାନୀ ମଧ୍ୟ ହୋଇଥାଏ । କୁହନ୍ତି ଖାଦ୍ୟରେ ମା’ ଲକ୍ଷ୍ମୀ ବାସ କରିଥାନ୍ତି । ରୋଷଘରକୁ ମା’ ଲକ୍ଷ୍ମୀଙ୍କ ଭଣ୍ଡାର ବୋଲି କୁହାଯାଏ । ଅନେକ ଥର ଲୋକ ଦାନରେ ବାସୀ ଭୋଜନ ଦେଇଥାନ୍ତି । ଏହା କରିବା ଅଶୁଭ । ଏହାଦ୍ୱାରା ଲକ୍ଷ୍ମୀ ଏବଂ ଦେବୀ ଅନ୍ନପୂର୍ଣ୍ଣା ରାଗି ଯାଇଥାନ୍ତି ।

ଦାନରେ ଘରେ ରଖାଯାଇଥିବା ଷ୍ଟିଲ ବାସନ ଦିଅନ୍ତୁ ନାହିଁ । ଏପରି କଲେ ଧନ ହାନି ହୋଇଥାଏ । ଷ୍ଟିଲ ବାସନ ଦାନ କଲେ ଘରେ ଶାନ୍ତି କ୍ଷୂର୍ଣ୍ଣ ହୁଏ ବୋଲି ମାନ୍ୟତା ରହିଛି । ବହୁତ ଲୋକ ଲକ୍ଷ୍ମୀ ପ୍ରତିମା ଅଙ୍କିତ ଥିବା ରୂପା ମୁଦ୍ରା ଦାନରେ ଦେଇଥାନ୍ତି । ଏପରି କଲେ ଘରେ ଦରିଦ୍ରତା ଆସିଥାଏ । ଏହାଛଡ଼ା ଫଟୋ ଏବଂ ଲକ୍ଷ୍ମୀ ଥିବା ଅନ୍ୟ ସାମଗ୍ରୀ ମଧ୍ୟ ଦାନ କରନ୍ତୁ ନାହିଁ ।

Leave A Reply

Your email address will not be published.