Latest Odisha News

BREAKING NEWS

Modi Addresses Media: ବିରୋଧୀଙ୍କୁ ମୋଦିଙ୍କ ସିଧା ନିଶାନା: କହିଲେ- ଡ୍ରାମା ନୁହେଁ, ଡେଲିଭରି ଆବଶ୍ୟକ

ନୂଆଦିଲ୍ଲୀ: ସୋମବାର ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ଆଉ ଏହି ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଗଣମାଧ୍ୟମ ସହିତ ୧୦ ମିନିଟ୍ ପାଇଁ କଥା ହୋଇଥିଲେ। ମୋଦି କହିଥିଲେ, ଏହି ଅଧିବେଶନ ଏକ ବିକଶିତ ଭାରତର ସନ୍ଧାନକୁ ଆହୁରି ଶକ୍ତିଶାଳୀ କରିବାର ଏକ ସୁଯୋଗ। ବିରୋଧୀ ଦଳକୁ ପରାଜୟର ନିରାଶାକୁ ଦୂର କରି ଦୃଢ଼ ପ୍ରସଙ୍ଗ ଉଠାଇବାକୁ ପଡିବ। ଏହି ଅଧିବେଶନ ପରାଜୟର ହତାଶା କିମ୍ବା ବିଜୟର ଅହଙ୍କାରର କ୍ଷେତ୍ର ହେବା ଉଚିତ୍ ନୁହେଁ। ନୂତନ ପିଢ଼ି ଅଭିଜ୍ଞତାରୁ ଲାଭ ପାଇବା ଉଚିତ ବୋଲି ମୋଦି କହିଛନ୍ତି।

ସଂସଦର ଶୀତ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧିତ କରିଛନ୍ତି। ପରାଜୟର ନିରାଶାରୁ ବିରୋଧୀଙ୍କୁ ବାହାରିବାକୁ ଅପିଲ୍ କରିଛନ୍ତି ମୋଦି। ସେ କହିଛନ୍ତି,’କିଛି ବିରୋଧୀ ଦଳ ସେମାନଙ୍କ ପରାଜୟକୁ ହଜମ କରିପାରୁନାହାନ୍ତି। ପରାଜୟର ସବୁ ରାଗ, କ୍ରୋଧ ସେମାନେ ସଂସଦରେ ଆସି ସୁଝାନ୍ତି। ପରାଜୟର ଭୟ ଏଠି ବିତର୍କର କ୍ଷେତ୍ର ନ ହେଉ। ଡ୍ରାମା କରିବାକୁ ଅନେକ ସ୍ଥାନ ଅଛି, ଏଠି ଡ୍ରାମା ନୁହେଁ ଡେଲିଭରି ଆବଶ୍ୟକ। ସେହିପରି ନାରାବାଜୀ ପାଇଁ ମଧ୍ୟ ଅନେକ ସ୍ଥାନ ଅଛି। ଏଠି ନାରାବାଜୀ ନୁହେଁ ନୀତି ଓ ଦେଶ ଗଠନରେ ସକରାତ୍ମକ ଭୂମିକା ଆବଶ୍ୟକ।’

ସୂଚନାଯୋଗ୍ୟ ଯେ, ଶୀତକାଳୀନ ଅଧିବେଶନ ଡିସେମ୍ବର ୧ ରୁ ଡିସେମ୍ବର ୧୯ ପର୍ଯ୍ୟନ୍ତ ଚାଲିବ । ଏହି ୧୯ ଦିନିଆ ଅଧିବେଶନରେ ୧୫ ଟି ବୈଠକ ହେବ। ଏହି ସମୟ ମଧ୍ୟରେ ପରମାଣୁ ଶକ୍ତି ବିଲ୍ ସମେତ ଦଶଟି ନୂତନ ବିଲ୍ ଆଗତ ହେବାର ଆଶା କରାଯାଉଛି ।

Comments are closed.