Latest Odisha News

BREAKING NEWS

ଉତ୍ତରାଖଣ୍ଡ ହିମସ୍ଖଳନ: ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଦେବାକୁ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ହିମସ୍ଖଳନରେ ୧୦ ଜଣଙ୍କ ମୃତ୍ୟୁ ହେବା ପରେ ମୃତକଙ୍କ ପରିବାରକୁ ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ଏହାସହ ଯେଉଁମାନେ ଗୁରୁତର ଭାବେ ଆହତ ହୋଇଛନ୍ତି ସେମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି।

ହିମସ୍ଖଳନରେ ୧୦୦ରୁ ଅଧିକ ଲୋକ ନିଖୋଜ ଥିବା ଜଣାପଡିଛି । ସେମାନଙ୍କୁ ଖୋଜିବାକୁ ଜାରି ରହିଛି ସର୍ଚ୍ଚ ଅପରେଶନ । ଘଟଣା ଉପରେ ନଜର ରଖିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ତେବେ ରାତିରେ ଭଲ ଭାବେ ଦେଖାନଯିବା ସହ ଖରାପ ପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଦେଖାଦେଉଛି ।

 

Leave A Reply

Your email address will not be published.