Latest Odisha News

BREAKING NEWS

ଗୋଟିଏ ଜିଲ୍ଲା ଓ ୭ ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡିର ସହପର୍ଯ୍ୟବେକ୍ଷକ ନିଯୁକ୍ତ

ଭୁବନେଶ୍ବର : ଗୋଟିଏ ଜିଲ୍ଲା ଓ ୭ଟି ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡିର ସହପର୍ଯ୍ୟବେକ୍ଷକ ନିଯୁକ୍ତ । ସମସ୍ତ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସୁନ୍ଦରଗଡ଼ ଜିଲ୍ଲା ପାଇଁ କୁନା ବିହାରୀ ଦାସଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥିବା ବେଳେ, ସୁନ୍ଦରଗଡ଼ ନିର୍ବାଚନ ମଣ୍ଡଳୀ ପାଇଁ ଦେବାଶିଷ ମଲ୍ଲିକଙ୍କୁ ସହପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ଦିଆଯାଇଛି ।

ସେହିପରି ତଳସରା ନିର୍ବାଚନ ମଣ୍ଡଳୀ ପାଇଁ ଦେବୀ ପ୍ରସାଦ ତ୍ରିପାଠୀ, ବଣାଇଁ ନିର୍ବାଚନ ମଣ୍ଡଳୀ ପାଇଁ ରଣଜିତ ମହାପାତ୍ର, ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ପାଇଁ ସଂଗ୍ରାମ କେଶରୀ ପାଇକରାୟ, ରଘୁନାଥପାଲି ନିର୍ବାଚନ ମଣ୍ଡଳୀ ପାଇଁ ଶିଶିର ପରିଜା, ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ ପାଇଁ ଆଶିଷ ଚକ୍ରବର୍ତ୍ତୀ, ରାଉରକେଲା ନିର୍ବାଚନ ମଣ୍ଡଳୀ ପାଇଁ ଅସିତ ପଟ୍ଟନାୟକଙ୍କୁ ସହପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି । ଏନେଇ ବିଜେଡିର ସାଧାରଣ ସମ୍ପାଦକ ଗଣମାଧ୍ୟମ ବ୍ୟାପାର ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.