Latest Odisha News

BREAKING NEWS

୨୧ଦିନ ସଜାଗ ନ ରହିଲେ ଦେଶ ୨୧ବର୍ଷ ପଛକୁ ଫେରିଯିବ: ମୋଦି

ନୂଆଦିଲ୍ଲୀ- କରୋନା ସଂକ୍ରମଣ ଭାରତରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଦୃଷ୍ଟିରୁ ସାରା ଦେଶରେ ୨୧ ଦିନ ପାଇଁ ସମ୍ପୂର୍ଣ୍ଣ ଲକ୍‌ଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଆଜି ସନ୍ଧ୍ୟା ୮ଟାରେ ଦେଶବାସୀଙ୍କୁ ସମ୍ବୋଧନ କରି ଏହି ୨୧ ଦିନ ସଜାଗ ରହି ସରକାରଙ୍କୁ କରୋନା ରୋକିବାରେ ସହାୟତା କରିବା ପାଇଁ ସେ ନିବେଦନ କରିଛନ୍ତି । ୨୧ ଦିନ ସଜାଗ ନ ରହିଲେ ଏହି ମହାମାରୀ ସଂକ୍ରମଣ ବଢିବା ସହିତ ଦେଶ ୨୧ ବର୍ଷ ପଛକୁ ଚାଲିଯିବ ବୋଲି ସେ ସଭିଙ୍କୁ ସତର୍କ କରିଛନ୍ତି ।

Leave A Reply

Your email address will not be published.