Latest Odisha News

BREAKING NEWS

ମରଣାନ୍ତକ କରୋନା ମହାମାରୀରୁ ବର୍ତ୍ତିବା ଲାଗି ଏହା ଶେଷ ସୁଯୋଗ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ମରଣାନ୍ତକ କରୋନା ଭୂତାଣୁ ସାରା ଭାରତରେ ଦ୍ରୁତଗତିରେ ସଂକ୍ରମଣ ହୋଇ ଚାଲିଥିବା ବେଳେ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସତର୍କତା ଅବଲମ୍ବନ ଲାଗି ପରାମର୍ଶ କରିଛନ୍ତି । ଆଜି ମଧ୍ୟ ରାତ୍ରୀରୁ ଆସନ୍ତା ୨୧ ଦିନ ପର୍ଯ୍ୟନ୍ତ ଦେଶବ୍ୟାପୀ ଚାଲିଥିବା କର୍ଫ୍ୟୁ ବଳବତ୍ତର ରହିବ ।

ଦେଶବାସୀଙ୍କୁ ଉଦବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆପଣ ନିଜେ ବଞ୍ଚିବା ଲାଗି ତଥା ସାରା ପରିବାରକୁ ବଞ୍ଚାଇବା ଲାଗି ଏହା ପ୍ରକୃତରେ ଶେଷ ସୁଯୋଗ । ଆମକୁ ସଞ୍ଜମତାର ସହିତ ଆଗାମୀ ୨୧ ଦିନ ଲକଡ଼ାଉନରେ ରହିବାକୁ ପଡ଼ିବ । ଏହି ଘାତକ କରୋନା ଭୂତାଣୁ ସଂକ୍ରମଣରୁ ବର୍ତ୍ତିବା ଲାଗି ଏହାହିଁ ଆମ ଦେଶ ଲାଗି ଅନ୍ତିମ ସୁଯୋଗ ।

କରୋନା ଭୂତାଣୁର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ତାଙ୍କ ଉଦବୋଧନରେ ଅନେକ ଘୋଷଣା କରିଛନ୍ତି । ଭୂତାଣୁ ସଂକ୍ରମଣର ମୁକାବିଲା ଲାଗି ୧୫ ହଜାର ଟଙ୍କାର ଏକ ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

Leave A Reply

Your email address will not be published.