ଦାର୍ଜିଲିଂ: ପଶ୍ଚିମବଙ୍ଗ ଦାର୍ଜିଲିଂ ଜିଲ୍ଲାରେ ପୁଣି ଏକ ବଡ ଟ୍ରେନ ଟ୍ରାଜେଡି | କଞ୍ଚନଜୁଙ୍ଗା ଏକ୍ସପ୍ରେସକୁ ପଛରୁ ଧକ୍କା ଦେଲା ମାଲବାହୀ ଟ୍ରେନ୍ । ଏଥିରେ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ରୁଅଧିକ ଆହତ ହୋଇଛନ୍ତି । ତେବେ ଆଗକୁ ମୃତାହତଙ୍କ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି ।
ଏହାରି ଭିତରେ ଟ୍ରେନ ଟ୍ରାଜେଡିରେ ମୃତାହତ ହୋଇଥିବା ଯାତ୍ରୀଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି | ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି | ମୃତ ଯାତ୍ରୀଙ୍କ ପରିବାର ଲୋକଙ୍କୁ ୨ ଲକ୍ଷ ଏବଂ ଆହତ ପରିବାରଙ୍କୁ ୫୦ ହଜାର ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରାଯାଇଛି |
ସୂଚନାଯୋଗ୍ୟ, ସୋମବାର କଞ୍ଚନଜୁଙ୍ଗା ଏକ୍ସପ୍ରେସ ବଙ୍ଗଳାର ନୂଆ ଜଲପାଇଗୁରୀ ରେଳ ଷ୍ଟେସନରୁ ଯାତ୍ରା ଆରମ୍ଭ କରିବାର କିଛି ସମୟ ପରେ ଦୁର୍ଘଟଣା ଗ୍ରସ୍ତ ହୋଇଛି । କୋଲକତାର ସିଲଦା ଷ୍ଟେସନକୁ ଯାତ୍ରା କରୁଥିବା ବେଳେ ପଶ୍ଚିମବଙ୍ଗର ସିଲିଗୁରି ଜିଲ୍ଲା ଠାରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି | ସିଲିଗୁରିର ରଙ୍ଗାପାନି ଷ୍ଟେସନରେ ଏକ ମାଲବାହୀ ଟ୍ରେନ୍ ପଛପଟୁ ଧକ୍କା ଦେଇଥିଲା। ଫଳରେ ୩ଟି ବଗି କ୍ଷତିଗ୍ରସ୍ତ ହୋଇଛି | ଏଯାବତ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ ଜଣରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି| ଏହାସହିତ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି ।
BREAKING NEWS
- ରାଜ୍ୟରେ ସ୍ଥାପନ ହେବ ୫୧୮୨ ମୋବାଇଲ୍ ଟାୱାର, ଉପକୃତ ହେବ ଏତିକି ଗାଁ..
- କୋହଲି, ରୋହିତଙ୍କ ପାଇଁ ବାୟା ହେଉଛନ୍ତି ବିଦେଶୀ ବୋର୍ଡ
- Is Neena Gupta Pregnant?: ୬୬ ବର୍ଷ ବୟସରେ କ’ଣ ସତରେ ମା’ ହେବାକୁ ଯାଉଛନ୍ତି ନୀନା ଗୁପ୍ତା? ଏମିତି କହିଦେଲେ… ଫ୍ୟାନ୍ସ ବି ଆଚମ୍ବିତ!
- Loot: ବନ୍ଧୁକ ଦେଖାଇ ମାରପିଟ୍ କରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ଠାରୁ ଲୁଟ୍
- ଶୁବଶୀଘ୍ର ଅଗ୍ନିଶମ ସେବା କ୍ଷେତ୍ରରେ ନିଯୁକ୍ତି ପାଇବେ ମହିଳା…
- ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପୋଲିସ ASI
- LPG cylinder shortage: ଏଲପିଜି ନିଅଣ୍ଟ ନେଇ କଂଗ୍ରେସର ପ୍ରତିବାଦ, ବିଜେପି ମୁଖ୍ୟାଳୟକୁ ନେଇଗଲା ମାଟି ଚୁଲି
- ବେଆଇନ ବାଲି ଚୋରାଚାଲାଣ ଉପରେ ଲାଗିବ ଅଙ୍କୁଶ, ବାଲିଘାଟ ଜଗିବେ ଓଡ଼ିଶା ଶିଳ୍ପ ସୁରକ୍ଷା ବଳ
- ଭାରତୀୟ ବ୍ୟବସାୟୀଙ୍କ ବଢିବ ଚିନ୍ତା: ପାଣି ବୋତଲ ଉପରେ ପ୍ରଭାବ ପକାଇପାରେ ଇରାନ ଯୁଦ୍ଧ
- ସାବଧାନ ! ଘରୁ ବାହାରିଲେ ଆପଣଙ୍କୁ ଦେବାକୁ ପଡିପାରେ ଟ୍ୟାକ୍ସ
Comments are closed.