Latest Odisha News

BREAKING NEWS

ବାତ୍ୟା ଅମ୍ଫାନ: ପଶ୍ଚିମବଙ୍ଗ ଲାଗି ୧୦୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ

କୋଲକାତା: ଅମ୍ଫାନ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ପଶ୍ଚିମବଙ୍ଗ ଲାଗି ୧୦୦୦ କୋଟି ଟଙ୍କାର ଆଗୁଆ ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ଆକାଶମାର୍ଗରୁ ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମବଙ୍ଗର ବାତ୍ୟା ପ୍ରଭାବିତ ଅଞ୍ଚଳ ଗୁଡ଼ିକୁ ସର୍ବେକ୍ଷଣ କରିବା ସହିତ ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା କରିଥିଲେ ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ଗଣମାଧ୍ୟମ ସାମ୍ନାରେ ସୂଚନା ଦେବା ସହିତ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ପଶ୍ଚିମବଙ୍ଗର ଏହି ଦୁର୍ଦ୍ଦର୍ିନ ସମୟରେ ସାରା ଭାରତର ଜନସାଧାରଣ ଛିଡ଼ା ହୋଇଛନ୍ତି ଏବଂ ବାତ୍ୟା ପ୍ରପୀଡ଼ିତ ରାଜ୍ୟ ଲାଗି କେନ୍ଦ୍ର ପକ୍ଷରୁ ଯଥାସମ୍ଭବ ସହାୟତା ପ୍ରଦାନ କରାଯିବ ।

ଅଧିକ ପଢନ୍ତୁ: ପଶ୍ଚିମବଙ୍ଗରେ ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମୋଦୀ ଏହି ବାତ୍ୟାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କ ପରିବାର ଲାଗି ୨ ଲକ୍ଷ ଟଙ୍କା ସହାୟତା ରାଶି ଏବଂ ଆହତ ହୋଇଥିବା ବ୍ୟକ୍ତିମାନଙ୍କ ଲାଗି ୫୦,୦୦୦ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ।

ଆଜି ମୋଦୀ କୋଲକାତା ବିମାନ ବନ୍ଦରଠାରେ ଦିନ ୧୦ଟା ୫୦ ମିନିଟରେ ପହଞ୍ଚିଥିଲେ । ବିମାନବନ୍ଦରଠାରେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର, ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ବିଜେପି ନେତାମାନେ ମୋଦୀଙ୍କୁ ପାଛୋଟି ନେଇଥିଲେ ।

Leave A Reply

Your email address will not be published.