Latest Odisha News

BREAKING NEWS

ସନ୍ଥଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ, କରୋନା ସଂକ୍ରମଣ ଲାଗି ପ୍ରତୀକାତ୍ମକ ହେଉ କୁମ୍ଭମେଳା

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ହରିଦ୍ୱାରରେ ଚାଲିଥିବା କୁମ୍ଭମେଳାରେ ଶତାଧିକ ସାଧୁସନ୍ଥ ଓ ଶ୍ରଦ୍ଧାଳୁ କରୋନା ସଂକ୍ରମିତ ହୋଇଥିବା ଖବର ପରେ ପ୍ରଶାସନ ଚିନ୍ତାରେ ପଡ଼ିଛି । କେତେକ ଆଖଡ଼ା କୁମ୍ଭରୁ ଫେରି ଯାଇଛନ୍ତି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ଚିନ୍ତାବ୍ୟକ୍ତ କରିବା ସହ ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ପୂଜ୍ୟ ସ୍ୱାମୀ ଅବଧେସାନନ୍ଦ ଗିରିଙ୍କ ସହ ଫୋନରେ କଥା ହୋଇଛନ୍ତି । ସମସ୍ତ ସନ୍ଥଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ପ୍ରଶାସନକୁ ସହଯୋଗ କରୁଥିବାରୁ ଧନ୍ୟବାଦ ଦେଇଛନ୍ତି ।

ଏଥିସହ ଏବେ ୨ଟି ଶାହି ସ୍ନାନ ସରି ଯାଇଥିବାରୁ କରୋନା ସଂକ୍ରମଣ ମାମଲାକୁ ଦେଖି କୁମ୍ଭସ୍ନାନକୁ ପ୍ରତୀକାତ୍ମକ ରଖିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଏହାଦ୍ୱାରା କରୋନା ବିରୋଧୀ ଲଢ଼େଇକୁ ଏକ ଶକ୍ତି ମିଳିବ ବୋଲି ଟ୍ୱିଟ୍ କରିଛନ୍ତି ମୋଦି ।

ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟକୁ ନେଇ ମହାମଣ୍ଡଳେଶ୍ୱର ଅବଧେସାନନ୍ଦ ଗିରି ପ୍ରତିକ୍ରିୟାରେ କହିଛନ୍ତି- ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ଆମେ ସମ୍ମାନ କରୁଛୁ । ନିଜର ଏବଂ ଅନ୍ୟମାନଙ୍କର ଜୀବନ ରକ୍ଷା ଗୁରୁତ୍ୱପୂର୍ଣ୍ଣ ଅଟେ । ମୁଁ ଧର୍ମ ପରାଣୟ ଲୋକଙ୍କୁ ଅନୁରୋଧ କରୁଛି କରୋନା ସ୍ଥିତିକୁ ଦେଖି କୋଭିଡ୍ ନିୟମକୁ ମାନନ୍ତୁ ।

Leave A Reply

Your email address will not be published.