Latest Odisha News

ଏକବିଂଶ ଶତାଦ୍ଦୀ ଏସିଆର ଶତାଦ୍ଦୀ : ପ୍ରଧାନମନ୍ତ୍ରୀ ମୋଦି

ଦିଲ୍ଲୀ : ଏସିଆନ ସମ୍ମିଳନୀରେ ଯୋଗଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ବିକାଶର କେନ୍ଦ୍ରସ୍ଥଳ ହେଉଛି ଏସିଆନ୍ । ଭାରତ ଏବଂ ଏସିଆନ ମଧ୍ୟରେ ଦ୍ରୁତ ଗତିରେ ସହଯୋଗ ବଢିଛି  । ଏକବିଂଶ ଶତାଦ୍ଦୀ ଏସିଆର ଶତାଦ୍ଦୀ । ଓ୍ବାନ୍ ଆର୍ଥ, ଓ୍ବାନ୍ ଫ୍ୟାମିଲି , ଓ୍ବାନ୍ ଫ୍ୟୁଚର ଆମର ମନ୍ତ୍ର । ତେଣୁ ସବୁ କ୍ଷେତ୍ରରେ ମିଳିମିଶି କାମ କରିବା ଉଚିତ୍ । ପ୍ରଗତି ପାଇଁ ନୂତନ ସଂକଳ୍ପ ନେବା ଦରକାର ।

ସେପଟେ ପ୍ରଧାନମନ୍ତ୍ରୀ ଆଜି ସକାଳେ ଇଣ୍ଡୋନେସିଆ ଜାକର୍ତ୍ତା ବିମାନ ବନ୍ଦରରେ ପହଞ୍ଚିବା ପରେ ସାଂସ୍କୃତିକ ନୃତ୍ୟ ପରିବେଶଣ ସହ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି  । ଇଣ୍ଡୋନେସିଆର ମହିଳା ସଶକ୍ତିକରଣ ମନ୍ତ୍ରୀ ଆଇ.ଗୁସ୍ତି ଆୟୁ ବିନତାଙ୍ଗ ଦରମାଓ୍ବତି ତାଙ୍କୁ ସ୍ବାଗତ କରିଛନ୍ତି  । ଅନ୍ୟପଟେ  ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ଇଣ୍ଡୋନେସିଆରେ ରହୁଥିବା  ପ୍ରବାସୀ ଭାରତୀୟ ଙ୍କ ମଧ୍ୟରେ ବେଶ୍ ଉତ୍ସାହ ରହିଥିଲା  ।  ପ୍ରବାସୀ ମାନେ ଗତକାଲି ରାତି ୧୦ଟାରୁ ମୋଦିଙ୍କ ସ୍ବାଗତ ପାଇଁ ଜାକର୍ତ୍ତା ହୋଟେଲ ବାହାରେ ଅପେକ୍ଷା କରି ରହିଥିଲେ  । ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ହାତରେ ତ୍ରିରଙ୍ଗା ଧରି  ବନ୍ଦେ ମାତରମ୍ ଏବଂ ହର ହର ମୋଦି ଘର ଘର ମୋଦି  ନାରା ଦେଇଥିଲେ  । ମୋଦି ମୋଦି ନାରାରେ କମ୍ପିଥିଲା ପୁରା ହୋଟେଲ ପରିସର । ପ୍ରଧାନମନ୍ତ୍ରୀ ସମସ୍ତଙ୍କ ସହ ହାତ ମିଳାଇ ଅଭିନନ୍ଦନ ଜଣାଇଥିଲେ  ।

ନୂଆଦିଲ୍ଲୀରୁ ଜାକର୍ତା ଅଭିମୁଖେ ଉଡାଣ ଭରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଇଣ୍ଡିଆ ଏବଂ ଏସିଆନ ମଧ୍ୟରେ ବିସ୍ତୃତ ରଣନୈତିକ ଭାଗିଦାରୀ ନୂଆଦିଲ୍ଲୀ ସହିତ ସମୂହର ସମ୍ପର୍କକୁ ନଆ ଗତି ଦେବ । ଏସିଆନ-ଇଣ୍ଡିଆ ଶିଖର ସମ୍ମିଳନୀରେ ଯୋଗଦେବା ସହ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ଯୋଗଦେବେ ମୋଦୀ । ଏସିଆନ ସହ ଭାରତର ସମ୍ପର୍କ ‘ଆକ୍ଟ ଇଷ୍ଟ’ ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ବୈଠକ ପରେ ସେ ଦିଲ୍ଲୀ ଫେରିଆସିବେ । କାରଣ ସେପପ୍ଟେମ୍ବର ୯ ଓ ୧୦ ତାରିଖରେ ଭାରତ ଜି-୨୦ ସମ୍ମିଳନୀ ଆୟୋଜନ କରୁଛି ।..

Comments are closed.