Latest Odisha News

BREAKING NEWS

ଅଧା ରହିଲା ଜଗା ଦର୍ଶନ: ଅଧାବାଟରେ ପୋଲ ତଳକୁ ଖସି ପଡିଲା କାର୍ , ୫ ଆହତ

ସୋର: ଅଧା ରହିଲା ଜଗା ଦର୍ଶନ  । ଏକ ପରିବାର ଜଗା ଦର୍ଶନ ଲାଗି ପୁରୀ ବାହାରିଥିଲେ  । ହେଲେ କ୍ଷଣକ ମଧ୍ୟରେ ସବୁ କିଛି ଓଲଟ ପାଲଟ ହୋଇଯାଇଥିଲା  । ଦୁଃଖର କଳାବାଦଲ ଯେପରି ତାଙ୍କ ପରିବାର ଉପରକୁ ଘୋଟି ଆସିଥିଲା  । ଅଧାବାଟରେ କାରଟି ପୋଲ ତଳକୁ ଖସି ପଡିଥିଲା  । ଫଳରେ ଦୁର୍ଘଟଣାରେ ୫ ଜଣ ଗୁରୁତର ଆହତ ହୋଇଥିଲେ। ଏମିତି କିଛି ଘଟଣା ଘଟିଛି  ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ତଳନଗର ନିକଟରେ।

ଆଜି ସକାଳେ ପଶ୍ଚିମବଙ୍ଗରୁ ଗୋଟିଏ ପରିବାରର ୫ ଜଣ ସଦସ୍ୟ ଜଗା ଦର୍ଶନ କରିବାକୁ ପୁରୀ ଅଭିମୁଖେ ଯାଉଥିଲେ। ହେଲେ ତଳନଗର ନିକଟରେ ଭାରସାମ୍ୟ ହରାଇ ତାଙ୍କ କାର୍‌ଟି ପୋଲ ତଳକୁ ଖସିପଡ଼ିଥିଲା। ଫଳରେ ଦୁର୍ଘଟଣାରେ ୫ ଜଣ ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କାର୍‌ରେ ଡ୍ରାଇଭର ସମେତ ୫ ଜଣ ଥିଲେ। ସମସ୍ତ ଆହତଙ୍କ ଘର ପଶ୍ଚିମବଙ୍ଗରେ ବୋଲି ଜଣାପଡିଛି  । ଦୁର୍ଘଟଣାଗ୍ରସ୍ତ କାରଟିର ଆଗରେ ଓ ପଛରେ ଭାରତ ସରକାର ବୋଲି ଲେଖାଯାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

 

Leave A Reply

Your email address will not be published.