Latest Odisha News

BREAKING NEWS

ଲକ୍ଷପତି ଦିଦିଙ୍କ ପାଇଁ ୬ ହଜାର କୋଟିର ପ୍ୟାକେଜ୍ ରିଲିଜ କଲେ ମୋଦୀ

ଜଲଗାଓଁ: ମହାରାଷ୍ଟ୍ର ଜଲଗାଓଁରେ ‘ଲକ୍ଷପତି ଦିଦି’ ମହା ସମ୍ମିଳନୀର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଲକ୍ଷପତି ଯୋଜନା ଅଧିନରେ ୧୧ଲକ୍ଷ ନୂତନ ଲକ୍ଷପତି ଦିଦିଙ୍କୁ ପ୍ରମାଣପତ୍ର ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ । ଅନ୍ୟପଟେ ଏସଏଚଜି ମହିଳାଙ୍କ ପାଇଁ ୬ ହଜାର କୋଟିର ପ୍ୟାକେଜ୍‌ ରିଲିଜ କରିଛନ୍ତି ମୋଦୀ ।

ସମ୍ମିଳନୀକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଏହି ଯୋଜନାରେ ଲକ୍ଷ ଲକ୍ଷ ମହିଳା ଲକ୍ଷପତି ହୋଇଛନ୍ତି । ଭାରତର ନାରୀ ଶକ୍ତି ସବୁବେଳେ ଦେଶ ଓ ବିଶ୍ଵର ଭବିଷ୍ୟତ ନିର୍ମାଣରେ ବଡ ଯୋଗଦାନ କରିଛନ୍ତି । ନାରୀମାନେ ସର୍ବଦା ସମ୍ମୁଖକୁ ଆସି ଦେଶର ସମ୍ମାନ ବୃଦ୍ଧି କରିଛନ୍ତି । ସମ୍ମିଳନୀରେ ମୋଟ ୪୮ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଅର୍ଥ ରାଶି ପଠାଇଛନ୍ତି କେନ୍ଦ୍ର ସରକାର । ଏଥିସହ ୨୬ ଲକ୍ଷ ମହିଳାଙ୍କୁ ୫ ହଜାର କୋଟିର ଋଣ ରାଶି ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହାଦ୍ଵାରା ୨ ଲକ୍ଷ ୩୩ ହଜାର ସ୍ୱୟଂସହାୟକ ଗ୍ରୁପ ଉପକୃତ ହେବେ।

ମହିଳାମାନଙ୍କ ପାଇଁ ସରକାର କାର୍ଯ୍ୟକାରୀ କରିଥିବା ବିଭିନ୍ନ ପ୍ରକାର ଯୋଜନା ମଧ୍ୟରୁ ଲକ୍ଷପତି ଦିଦି ଯୋଜନା ଅନ୍ୟତମ। ଗତ ବର୍ଷ କେନ୍ଦ୍ର ସରକାର ମହିଳାମାନଙ୍କ ପାଇଁ ଲକ୍ଷପତି ଦିଦି ଯୋଜନା ଆରମ୍ଭ କରିଥିଲେ। ଶିଳ୍ପ କ୍ଷେତ୍ରରେ ମହିଳାମାନଙ୍କୁ ପ୍ରୋତ୍ସାହିତ କରିବା ଏହି ଯୋଜନାର ଉଦ୍ଦେଶ୍ୟ। ଶିଳ୍ପ ପ୍ରତିଷ୍ଠା ପାଇଁ ସେମାନଙ୍କୁ ଆର୍ଥିକ ସହାୟତା ଦେବାକୁ ପଡିବ। ଏହି ଯୋଜନା ମାଧ୍ୟମରେ ସରକାର ମହିଳାମାନଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି କେନ୍ଦ୍ର ସରକାର। ତେବେ ଏହି ଯୋଜନା ଆରମ୍ଭ ହେବାଠୁ ଏପର୍ଯ୍ୟନ୍ତ ୧ କୋଟିରୁ ଅଧିକ ମହିଳା ଉପକୃତ ହେଲେଣି।

Comments are closed.