Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଭର୍ଚୁଆଲ ମାଧ୍ୟମରେ ଦ୍ୱିପାକ୍ଷିକ ଆଲୋଚନା କରିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍

ଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଜି ଦ୍ୱିପାକ୍ଷିକ ଆଲୋଚନା କରିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଭର୍ଚ୍ୟୁଆଲ୍ ମୋଡରେ ଏହି ଆଲୋଚନା ହେବ । ବିଶ୍ୱ ଅର୍ଥନୀତି ଆଲୋଚନାର ପ୍ରସଙ୍ଗ ହୋଇପାରେ । ଦୁଇଦେଶ ମଧ୍ୟରେ ଥିବା ବୈଷୟିକ ସାମରିକ ସହଯେଗ ବୃଦ୍ଧି ପ୍ରସଙ୍ଗରେ ଆଲୋଚନା ହୋଇପାରେ ।ଦ୍ୱିପାକ୍ଷିକ ସହଯୋଗର ସମୀକ୍ଷା କରିବା ସହିତ ଉଭୟ ନେତା ଦକ୍ଷିଣ ଏସିଆ ଓ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ତଥା ଦୁଇଦେଶର ସ୍ୱାର୍ଥ ଜଡିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ।

ୟୁକ୍ରେନ ଉପରେ ଋଷର ଆକ୍ରମଣ ପ୍ରସଙ୍ଗ ମଧ୍ୟ ଏହି ବୈଠକରେ ସ୍ଥାନ ପାଇପାରେ । ଋଷ ଆକ୍ରମରେ ପରେ ବିଶ୍ୱରେ ଅର୍ଥନୀତିରେ ଗଭୀର ପ୍ରଭାବ ପଡିଛି । ଆନ୍ତର୍ଜାତୀୟ ବଜାର ଉପରେ ମଧ୍ୟ ଏହାର ପ୍ରଭାବ ପଡିଛି ।

ଋଷଠାରୁ ଭାରତ କିଣୁଥିବା ତୈଳ ଉପରେ ମଧ୍ୟ ଚର୍ଚ୍ଚା ହୋଇପାରେ ।ଗତ ମାସରେ ମଧ୍ୟ କ୍ୱାଡ ବୈଠକରେ ମଧ୍ୟ ମୋଦି ଓ ବାଇଡେନ ଆଲୋଚନା ହୋଇଥିଲା । ପୂର୍ବରୁ ଜାତିସଂଘ ମହାସଭାରେ ରୁଷ ବିରୋଧରେ ବିଭିନ୍ନ ପ୍ରସ୍ତାବରେ ଭୋଟ ବେଳେ ସାମିଲ ହୋଇ ନାହିଁ ଭାରତ।ଏସବୁ କଥା ମଧ୍ୟ ପକାଇପାରନ୍ତି ଜୋ ବାଇଡେନ୍।

Comments are closed.