Latest Odisha News

BREAKING NEWS

କରୋନାକୁ ନେଇ ଆସନ୍ତାକାଲି ଉଚ୍ଚସ୍ତରୀୟ ବୈଠକ କରିବେ ପ୍ରଧାନମନ୍ତ୍ରୀ, ବାତିଲ କଲେ ନିର୍ବାଚନ ରାଲି

ନୂଆଦିଲ୍ଲୀ : ଦେଶରେ ଭୟଙ୍କର ରୂପ ନେଉଛି ମହାମାରୀ କରୋନା । ସ୍ଥିତି ସାଂଘାତିକ ରୂପ ନେଉଥିବା ବେଳେ ଆସନ୍ତାକାଲି ଉଚ୍ଚସ୍ତରୀୟ ବୈଠକ କରିବେ ପ୍ରଧାନମନ୍ତ୍ରୀ । ଏଥିପାଇଁ ଆସନ୍ତାକାଲି ନିଜର ପଶ୍ଚିମବଙ୍ଗରେ ହେବାକୁ ଥିବା ନିର୍ବାଚନ ରାଲିକୁ ବାତିଲ କରିଛନ୍ତି ମୋଦି । ଆଜି ପଶ୍ଚିମବଙ୍ଗରେ ଷଷ୍ଠ ପର୍ଯ୍ୟାୟ ମତଦାନ ସରିଥିବା ବେଳେ, ବାକି ଦୁଇଟି ପର୍ଯ୍ୟାୟ ପାଇଁ ଆଉ ରାଲି କରିବେ ନାହିଁ ବୋଲି ଟ୍ବିଟ୍ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ସାରା ଦେଶରେ ଦିନକୁ ଦିନ ପଜିଟିଭ୍ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଥିବା ବେଳେ, ଅମ୍ଳଜାନ ଅଭାବ ଚିନ୍ତା ବଢ଼ାଇ ଦେଇଛି । ଏପରିକି ଅମ୍ଳଜାନ ମିଳୁନଥିବାରୁ କିଛି କରୋନା ଆକ୍ରାନ୍ତଙ୍କର ମଅତ୍ୟୁ ବି ହେଲାଣି । ଦେଶର କୋଭିଡ ପରିସ୍ଥିତିକୁ ନଜରରେ ରଖି ଆସନ୍ତାକାଲି ଉଚ୍ଚସ୍ତରୀୟ ବୈଠକ କରିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ପୂର୍ବରୁ ପଶ୍ଚିମବଙ୍ଗରେ ନିର୍ବାଚନ ରାଲି ବାତିଲ କରିଥିଲେ ମମତା ବାନାର୍ଜୀ, ରାହୁଲ ଗାନ୍ଧି ଓ ବାମ ଦଳ । କରୋନା ପାଇଁ ଏବେ ପ୍ରଧାନମନ୍ତ୍ରୀ ନିଜର ପଶ୍ଚିମବଙ୍ଗ ଗସ୍ତ ବାତିଲ କରିଛନ୍ତି ।

Leave A Reply

Your email address will not be published.