Latest Odisha News

BREAKING NEWS

ଡ୍ରାଇଭରଙ୍କ ମୃତ୍ୟୁ ପରେ ନିଜକୁ ଆଇସୋଲେଟ କଲେ ରାମଚରଣ

ମାଡ୍ରାସ: ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ରାମଚରଣ ତେଜା ଗୁରୁବାର ନିଜକୁ ଆଇସୋଲେଟ କରିଛନ୍ତି । ଆଚାର୍ଯ୍ୟ ଫିଲ୍ମ ଶୁଟିଂ ଅବସରରେ ତାଙ୍କ ଡ୍ରାଇଭର କରୋନା ଆକ୍ରାନ୍ତ ହୋଇଥିଲେ । ଆଜି ଡ୍ରାଇଭରଙ୍କ ମୃତ୍ୟୁ ଘଟିବା ଫଳରେ ରାମଚରଣ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଡ୍ରାଇଭରଙ୍କ ମୃତ୍ୟୁ ନେଇ ସେ ଶୋକ ବ୍ୟକ୍ତ କରିଛନ୍ତି ।

ଆଚାର୍ଯ୍ୟ ଫିଲ୍ମର ୧୨ ଦିନର ଶୁଟିଂ ବାକି ରହିଛି । ବର୍ତମାନ ଫିଲ୍ମ ଶେଷ କରିବା ପରିବର୍ତେ ଷ୍ଟାଫମାନଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ବୁଝିବା ପାଇଁ ରାମଚରଣ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ପବନ କଲ୍ୟାଣ, ସୋନୁ ସୁଦ ମଧ୍ୟ କରୋନା ସଂକ୍ରମିତ ହୋଇ ସାରିଛନ୍ତି ।

Leave A Reply

Your email address will not be published.