Latest Odisha News

ପବିତ୍ର ମହାଷ୍ଟମୀ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦୀ ଓ ନବୀନ

ଭୁବନେଶ୍ୱର: ଦୁର୍ଗତିନାଶିନୀ ମାଆ ଦୁର୍ଗାଙ୍କର ମହାଷ୍ଟମୀ ପୂଜା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

ଏନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଅଭିବାଦନ ଜଣାଇଛନ୍ତି ।

ସୂଚନାଯୋଗ୍ୟ, ଆଜି ହେଉଛି ମହାମାୟୀଙ୍କର ଅଷ୍ଟମୀ ପୂଜା । ମହାଗୌରୀ ବେଶରେ ମାଆ ଭକ୍ତଙ୍କୁ ଆଜି ଆର୍ଶୀବାଦ କରିବେ । କୁହାଯାଏ ପୃଥିବୀର ସବୁ ଶକ୍ତି ଅପେକ୍ଷା ମାତୃଶକ୍ତି ଶ୍ରେଷ୍ଠ । ମା’ ଦୁର୍ଗା ଏହି ମାତୃଶକ୍ତିର ପ୍ରତୀକ । ଜଗତଜନନୀ ମାଆ ଦୁର୍ଗା ପୃଥିବୀକୁ ସତ୍ୟ-ଶିବ-ସୁନ୍ଦରରେ ପରିଣତ କରିଛନ୍ତି । ବିଶ୍ୱକଲ୍ୟାଣୀ ସେ । ଘରେଘରେ ଅତି ଆନନ୍ଦ ଉଲ୍ଲାସରେ ପାଳନ କରାଯାଏ ମାଆଙ୍କ ଏହି ଦଶହରା ପର୍ବ ।

Leave A Reply

Your email address will not be published.