ଭୁବନେଶ୍ୱର: ‘ଲୌହ ମାନବ’ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୫ ତମ ଜୟନ୍ତୀ ଅବସରରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
ଏନେଇ ଟ୍ୱିଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
Humble tributes to #IronMan of India, #SardarVallabhbhaiPatel on birth anniversary. His immense contribution to integrate India into a powerful country and governance initiatives will always be remembered. #RashtriyaEktaDiwas pic.twitter.com/o6XcfJxHwj
— Naveen Patnaik (@Naveen_Odisha) October 31, 2020
୨୦୧୪ ମସିହା ଠାରୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀଙ୍କୁ ‘ରାଷ୍ଟ୍ରୀୟ ଏକତା ଦିବସ’ ଭାବେ ପାଳନ କରାଯାଇ ଆସୁଅଛି ।
राष्ट्रीय एकता और अखंडता के अग्रदूत लौह पुरुष सरदार वल्लभभाई पटेल को उनकी जन्म-जयंती पर विनम्र श्रद्धांजलि।
Tributes to the great Sardar Patel on his Jayanti.
— Narendra Modi (@narendramodi) October 31, 2020
ଏନେଇ ଟ୍ୱିଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିବା ୧୮୨ ମିଟର ଉଚ୍ଚତା ବିଶିଷ୍ଟ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ନିକଟରେ ଆଜି ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସର୍ଦ୍ଦାର ପଟେଲଙ୍କ ଏହି ପ୍ରତିମୂର୍ତ୍ତି ଆମେରିକାର ନ୍ୟୁୟର୍କସ୍ଥିତ ‘ଷ୍ଟ୍ୟାଚୁ ଅଫ୍ ଲିବର୍ଟି’ ଠାରୁ ପ୍ରାୟ ୨ଗୁଣ ବଡ ହେବ ।
My SandArt at Puri beach in Odisha , on the occasion of 145th Birth Anniversary of #IronManofIndia #SardarVallabhbhaiPatel .#EkBharatShreshthaBharat . #NationalUnityDay #RashtriyaEktaDiwas pic.twitter.com/efObuK4m1p
— Sudarsan Pattnaik (@sudarsansand) October 31, 2020
ସେହିପରି ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।
Comments are closed.