ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୪ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କରିଛନ୍ତି। ସେମାନଙ୍କ ମଧ୍ୟରେ ଖ୍ୟାତନାମା ଆଇନଜୀବୀ ତଥା 26/11 ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ମାମଲାର ସ୍ୱତନ୍ତ୍ର ସରକାରୀ ଓକିଲ ଉଜ୍ଜ୍ୱଳ ନିକମ, ପୂର୍ବତନ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା, ବରିଷ୍ଠ ସମାଜସେବୀ ସି ସଦାନନ୍ଦନ ମାଷ୍ଟର ଓ ବିଶିଷ୍ଟ ଐତିହାସିକ ମୀନାକ୍ଷୀ ଜୈନ ଅଛନ୍ତି।
ତେବେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜରିଆରେ ଏହି ୪ ଜଣଙ୍କ ନାମ ଘୋଷଣା କରାଯାଇଛି।
ଅନ୍ୟ ରାଜ୍ୟସଭା ସାଂସଦଙ୍କ ଭଳି ସେମାନଙ୍କ କାର୍ଯ୍ୟକାଳ ମଧ୍ୟ ୬ ବର୍ଷ ରହିବ। ସମ୍ବିଧାନର ଧାରା ୮୦(୧) ଏବଂ ସେହି ଧାରାର କ୍ଲଜ୍ -୩ ଅନୁଯାୟୀ ରାଷ୍ଟ୍ରପତି ସେମାନଙ୍କୁ ମନୋନୀତ କରିଛନ୍ତି।
ରାଜ୍ୟସଭାକୁ ମନୋନୟନ ପାଇଁ ଚାରି ଜଣ ସଦସ୍ୟଙ୍କୁ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
Shri Ujjwal Nikam’s devotion to the legal field and to our Constitution is exemplary. He has not only been a successful lawyer but also been at the forefront of seeking justice in important cases. During his entire legal career, he has always worked to strengthen Constitutional…
— Narendra Modi (@narendramodi) July 13, 2025
ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ରାଷ୍ଟ୍ରପତି ରାଜ୍ୟସଭାକୁ ମନୋନୀତ କରିଥାନ୍ତି । ବାର ଜଣଙ୍କୁ ରାଷ୍ଟ୍ରପତି ରାଜ୍ୟସଭାକୁ ମନୋନୀତ କରିପାରିବେ ।
ସୂଚନାଥାଉକି, ଉଜ୍ଜ୍ୱଳ ଦେଓରାଓ ନିକମ 26/11 ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ମାମଲା, ଅଜମଲ କସାବ ଏବଂ 1993 ବମ୍ବେ ବିସ୍ଫୋରଣ ମାମଲା ସମେତ ହାଇ-ପ୍ରୋଫାଇଲ୍ ଅପରାଧିକ ମାମଲା ତୁଲାଇଛନ୍ତି । ନିକମଙ୍କୁ ୨୦୧୬ରେ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା।
ସେହିପରି କୂଟନୈତିକ କ୍ୟାରିୟର ପାଇଁ ଜଣାଶୁଣା ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା ଆମେରିକା ଏବଂ ବାଂଲାଦେଶରେ ଭାରତର ରାଷ୍ଟ୍ରଦୂତ ଥିଲେ। ସେ ଜାନୁଆରୀ ୨୦୨୦ ରୁ ଏପ୍ରିଲ ୨୦୨୨ ପର୍ଯ୍ୟନ୍ତ ବୈଦେଶିକ ସଚିବ ଭାବରେ କାର୍ଯ୍ୟ କରିଥିଲେ। ସେହି ସମୟରେ, ସେ କରୋନା ମହାମାରୀ, ଭାରତ-ଚୀନ୍ ସୀମା ଉତ୍ତେଜନା ଏବଂ ଆଫଗାନିସ୍ତାନ ସଙ୍କଟ ଭଳି ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଭାରତର ରଣନୀତିର ନେତୃତ୍ୱ ନେଇଥିଲେ।
ସଦାନନ୍ଦନ ମାଷ୍ଟର କେରଳର ଜଣେ ପ୍ରଖ୍ୟାତ ସମାଜସେବୀ ଏବଂ ଶିକ୍ଷାବିତ୍ । ଯିଏକି ଦଶନ୍ଧି ଧରି ତୃଣମୂଳ ସ୍ତରରେ ସେବା କରିଛନ୍ତି । ସଦାନନ୍ଦନ ମାଷ୍ଟର ଜଣେ ଅବସରପ୍ରାପ୍ତ ସ୍କୁଲ ଶିକ୍ଷକ, ତାଙ୍କୁ ସମ୍ପ୍ରତି କେରଳ ବିଜେପିର ଉପାଧ୍ୟକ୍ଷ ମଧ୍ୟ କରାଯାଇଛି।
ମୀନାକ୍ଷୀ ଜୈନ ଜଣେ ପ୍ରସିଦ୍ଧ ଐତିହାସୀକ ଏବଂ ଶିକ୍ଷାବିତ୍ । ଭାରତୀୟ ଇତିହାସ, ସାଂସ୍କୃତିକ ଐତିହ୍ୟ ଏବଂ ଧାର୍ମିକ ବିଷୟ ଉପରେ ତାଙ୍କର ଲେଖା ଏବଂ ଗବେଷଣା ପାଇଁ ଜଣାଶୁଣା। ମୀନାକ୍ଷୀ ଜୈନ ଭାରତୀୟ ଇତିହାସ ଓ ସାଂସ୍କୃତିକ ଅଧ୍ୟୟନରେ ତାଙ୍କର ବିଶେଷ ଅବଦାନ ପାଇଁ ସେ ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି। ସାହିତ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ତାଙ୍କୁ ୨୦୨୦ ମସିହାରେ ପଦ୍ମଶ୍ରୀ ପୁରସ୍କାର ଦିଆଯାଇଥିଲା।
Comments are closed.