Latest Odisha News

‘ଆର୍‌ଆର୍‌ଆର୍‌’ ଟିମ୍‌କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ଗୋଲ୍ଡେନ ଗ୍ଲୋବ୍ସ ଆୱାର୍ଡ ଜିତିଛି ‘ଆର୍‌ଆର୍‌ଆର୍‌’ ଫିଲ୍ମ । ଏସଏସ ରାଜାମୌଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆର୍‌ଆର୍‌ଆର୍‌’ ର ‘ନାଟୁ ନାଟୁ’ ଗୀତକୁ ଶ୍ରେଷ୍ଠ ଅରିଜନାଲ ଗୀତର ଆୱାର୍ଡ ମିଳିଛି।‘ଆର୍‌ଆର୍‌ଆର୍‌’ ରେ ଜୁନିଆର୍‌ ଏନ୍‌ଟିଆର୍‌ ଓ ରାମ ଚରଣଙ୍କ ଅଭିନୀତ ଏହି ଗୀତ ଭାରତୀୟ ସିନେମା ପାଇଁ ଗର୍ବ ଆଣିଦେଇଛି ।

ଅନ୍ତର୍ଜାତୀୟ ପ୍ଲାଟଫର୍ମରେ ଫିଲ୍ମର ଏହି ସଫଳତା ପାଇଁ ସମଗ୍ର ଦେଶ ଗର୍ବିତ ଅନୁଭବ କରୁଥିବା ବେଳେ ବଲିଉଡକୁ ନେଇ ସାଉଥ ଇଣ୍ଡଷ୍ଟ୍ରିରେ ସେଲିବ୍ରେସନର ମାହୋଲ ରହିଛି  ।ଏଥିସହ ସମସ୍ତ ସେଲିବ୍ରିଟିମାନେ ଫିଲ୍ମର ସମସ୍ତ ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି। ତେବେ ଏହି ସମୟରେ ଦେଶର ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ‘ଆରଆରଆର’ର ଏହି ସଫଳତା ପାଇଁ ଖୁସି ବ୍ୟକ୍ତ କରିଛନ୍ତି ଏବଂ ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି।


ପ୍ରଧାନମନ୍ତ୍ରୀ ମୋଦି ଟୁଇଟ କରି କ୍ୟାପସନରେ ଲେଖିଛନ୍ତି, ଏହା ଏକ ବିଶେଷ ସଫଳତା। ମୁଁ ‘ଆର୍‌ଆର୍‌ଆର୍‌’ର ପୂରା ଟିମ୍‌କୁ ଅଭିନନ୍ଦନ ଜଣାଉଛି। ଏହି ସମ୍ମାନଜନକ ପୁରସ୍କାର ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଛି । ଗ୍ଲୋଡେନ ଗ୍ଲୋବ୍‌ ୨୦୨୩ ପୁରସ୍କାର ପାଇଁ ‘ଆରଆରଆର’ ଦୁଇଟି ଶ୍ରେଣୀରେ ନାମାଙ୍କନ ହୋଇଥିଲା  । ପ୍ରଥମରେ ସର୍ବଶ୍ରଷ୍ଠ ଇଂରାଜୀ ଭାଷା ଫିଲ୍ମ ଦ୍ୱିତୀୟରେ ଶ୍ରେଷ୍ଠ ସଙ୍ଗୀତ ଚଳଚ୍ଚିତ୍ର ଭାବେ ମନୋନୀତ ହୋଇଥିଲା  ।

‘ଆର୍‌ଆର୍‌ଆର୍‌’ ଫିଲ୍ମଟି ହିନ୍ଦୀ, ତାମିଲ, କନ୍ନଡ ଏବଂ ମାଲୟାଲମ ଭାଷାରେ ମୁକ୍ତିଲାଭ କରିଥିବା ବେଳେ ବିଶ୍ୱବ୍ୟାପୀ ୧୨୦୦ କୋଟି ଟଙ୍କାର ବ୍ୟବସାୟ କରିଥିଲା । ତେବେ ଏହି ଫିଲ୍ମଟି ବ୍ରିଟିଶ ସମୟର ରାଷ୍ଟ୍ରବାଦ ଓ ଭ୍ରଷ୍ଟାଚାରକୁ ନେଇ ଆଧାରିତ ହୋଇଥିଲା  । ଯାହା ଦର୍ଶକଙ୍କ ହୃଦୟ ଜିତିଥିଲା  ।

Comments are closed.