Latest Odisha News

BREAKING NEWS

ଶିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ଜାପାନ ଗଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ  ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାରରେ ଅଂଶଗ୍ରହଣ କରିବା ଲାଗି ଜାପାନ ଅଭିମୁଖେ ଯାତ୍ରା କରିଛନ୍ତି ।

ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଏକାଧିକ ଟୁଇଟ୍‌ କରି କହିଛନ୍ତି ଯେ; ‘‘ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ, ମୋର ପ୍ରିୟ ବନ୍ଧୁ ଏବଂ ଭାରତ-ଜାପାନ ବନ୍ଧୁତାର ଜଣେ ମହାନାୟକଙ୍କ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାରରେ ଅଂଶଗ୍ରହଣ କରିବା ଲାଗି ମୁଁ ଆଜି ରାତିରେ ଟୋକିଓ ଅଭିମୁଖେ ଯାତ୍ରା କରୁଛି ।’’

‘‘ସବୁ ଭାରତୀୟଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ କିଶିଦା ଏବଂ ଶ୍ରୀମତୀ ଆବେଙ୍କୁ ମୁଁ ମୋର ହାର୍ଦ୍ଦିକ ସମବେଦନା ବ୍ୟକ୍ତ କରିବି । ଆବେଙ୍କ ପରିକଳ୍ପନା ଅନୁରୂପ ଭାରତ-ଜାପାନ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଲାଗି ଆମେ ପ୍ରୟାସ ଜାରି ରଖିବୁ ।

Comments are closed.