ନୂଆଦିଲ୍ଲୀ: ଆଜି ଦେଶରେ ଗଡିଛି ୫ ନୂଆ ବନ୍ଦେ ଭାରତ ଟ୍ରେନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଅଛନ୍ତି ଏବଂ ସେଠାରେ ସେ ସବୁଜ ପତାକା ଦେଖାଇ ଏହି ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ଭୋପାଳର ରାଣୀ କମଳାପତି ରେଳଷ୍ଟେଶନରେ ଏକ ସାଙ୍ଗରେ ୫ ବନ୍ଦେ ଭାରତକୁ ସବୁଜ ପତାକା ଦେଖାଇଛନ୍ତି । ପ୍ରଥମଥର ପାଇଁ ମୋଦି ଏକାସାଙ୍ଗରେ ସବୁଜପତାକା ଦେଖାଇ ୫ ବନ୍ଦେଭାରତର ଶୁଭ ଉଦ୍ଘାଟନ କରିଛନ୍ତି ।
କମଳାପତି-ଜବଲପୁର ବନ୍ଦେ ଭାରତ ଏକ୍ସପ୍ରେସ ଭୋପାଳ- ଓ ଜବଲପୁରକୁ ସଂଯୋଗ କରିବ । ଏହା ରାଜ୍ୟର ଭେଡାଘାଟ, ପଞ୍ଚମଢି, ସତପୁରା ପରି ପର୍ଯ୍ୟଟନସ୍ଥଳୀ ଦେଇ ଯିବ ।
ଖଜୁରାହୋ-ଭୋପାଳ-ଇନ୍ଦୋର ବନ୍ଦେ ଭାରତ ଏକ୍ସପ୍ରେସ ରାଜ୍ୟର ମାଲବା ଏବଂ ବୁନ୍ଦଲଖଣ୍ଡ ଇଲାକାକୁ ଭୋପାଳ ସହ ଯୋଡିବ । ଏହି ଟ୍ରେନ ମହାକାଳେଶ୍ୱର, ମାଣ୍ଡୁ, ମହେଶ୍ୱର, ଖଜୁରାହୋ ପରି ପର୍ଯ୍ୟଟନସ୍ଥଳୀ ଦେଇ ଯିବ ।
ମଡଗାଓଁ:-ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ ଏବଂ ଗୋଆର ମଡଗାଓଁ ଷ୍ଟେସନ ମଧ୍ୟରେ ଚାଲିବ । ଏହା ହେବ ଗୋଆକୁ ପ୍ରଥମ ବନ୍ଦେ ଭାରତ ଟ୍ରେନ । ଏଣିକି ମୁମ୍ବାଇରୁ ଗୋଆ ୭ ଘଣ୍ଟାରେ ପହଞ୍ଚି ହେବ । ଏହି ଟ୍ରେନରେ ୧୬ ବଦଳରେ ୮ଟି କୋଚ ରହିବ ।
ଧରୱାଡ–ବେଙ୍ଗାଲୁରୁ ବନ୍ଦେ ଭାରତ ଏକ୍ସପ୍ରେସ କର୍ଣ୍ଣାଟକର ଗୁରୁତ୍ୱପୂର୍ଣ୍ଣ ସହର ଧରୱାଡ, ହୁବଲୀ ସହ ରାଜଧାନୀ ବେଙ୍ଗାଲୁରୁକୁ ସଂଯୋଗ କରିବ । କର୍ଣ୍ଣାଟକରେ ଏହା ହେବ ୨ୟ ବନ୍ଦେ ଭାରତ ଟ୍ରେନ । ଏହା ପୂର୍ବରୁ ଏଠାରେ ଏଠାରେ ଚେନ୍ନାଇ-ମୈସୁର ବନ୍ଦେ ଭାରତ ଟ୍ରେନ ଚାଲୁଥିଲା ।
ରାଞ୍ଚି–ପାଟନା ବନ୍ଦେ ଭାରତ ଏକ୍ସପ୍ରେସ ଝାଡଖଣ୍ଡ ଓ ବିହାର ନିମନ୍ତେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ । ପାଟନା- ରାଞ୍ଚି ମଧ୍ୟରେ ସଂଯୋଗୀକରଣ ବୃଦ୍ଧି ସହ ଏହି ଟ୍ରେନ ପର୍ଯ୍ୟଟକ, ବ୍ୟବସାୟୀ ଓ ବିଦ୍ୟାର୍ଥୀମାନଙ୍କ ନିମନ୍ତେ ଖୁବ୍ ସୁବିଧାଜନକ ହେବ । ଏହା ଜହାନବାଦ, ଗୟା, ବରକାକାନା, କୋଡରମା, ହଜାରୀବାଗ ଟାଉନ ଏବଂ ମେସରା ରାସ୍ତା ଦେଇ ଏହା ନିୟମିତ ଯାତାୟାତ କରିବ ।
Comments are closed.