Latest Odisha News

ଫାଇଟର ଜେଟ ‘ତେଜସ’ ଉଡାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ତେଜସ ଉଡାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ତାଙ୍କର ବେଙ୍ଗାଲୁରସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ(ଏଚଏଏଲ) ଗସ୍ତ ଅବସରରେ ଲଢୁଆ ବିମାନ ତେଜସର ଉଡାଣ ଭରିଥିଲେ ।

ଏହାକୁ ତାଙ୍କର ଏକ୍ସରେ ସେୟାର କରି ପ୍ରଧାନମନ୍ତ୍ରୀ  ଲେଖିଛନ୍ତି, ‘ଆଜି ତେଜସର ଉଡାଣ ଭରି ଅତ୍ୟନ୍ତ ଗର୍ବର ସହ କହିବାକୁ ଚାହୁଁଛ, ଆମର ପରିଶ୍ରମ ଏବଂ ପ୍ରଚେଷ୍ଟା ପାଇଁ ଆମେ ଆଜି ଆତ୍ମନିର୍ଭର ହେବାରେ ବିଶ୍ୱର କୌଣସି ଦେଶଠାରୁ ପଛରେ ନାହୁଁ । ଭାରତୀୟ ବାୟୁସେନା, ଡିଆରଡିଓ ଏବଂ ହାଲ ସହ ସମସ୍ତ ଭାରତବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା ।’

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ମିଳଥିବା ସୂଚନା ଅନୁଯାୟୀ, ମୋଦି ତେଜସର ମାନୁଫ୍ୟାକ୍ଚରିଂ ହବର ନୀରିକ୍ଷଣ କରିଥିଲେ ।

ମୋଦି ସରକାର ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିବା ତଥା ସ୍ୱଦେଶୀକରଣ ପାଇଁ ବହୁତ ବଡ ପଦକ୍ଷେପ ଉଠାଇଛନ୍ତି । ଏଥିରେ ତେଜସ ରହିଛି । ଏହି ବିମାନର ପ୍ରଥମ ସଂସ୍କରଣ ୨୦୧୬ରେ ଏୟାରଫୋର୍ସରେ ସାମିଲ କରାଯାଇଛି ।

ଅନେକ ଦେଶ ଲଢୁଆ ବିମାନ ତେଜସ କିଣିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ହେଲେ ଆମେରକା ପ୍ରତିରକ୍ଷା ଏଜେନ୍ସି  ସଂଯୁକ୍ତ ଭାବେ ତେଜସ ଇଞ୍ଜନ ଉତ୍ପାଦନ ପାଇଁ ଏଚଏଏଲ ସହ ଚୁକ୍ତି ସ୍ୱାକ୍ଷର କରିଥିଲା ।

ତେଜସ ଏକ ସ୍ୱଦେଶୀ ଲଢୁଆ ବିମାନ ଯାହା ଯେ କୌଣସି ପାଗରେ ବି ଉଡାଣ ଭରିପାରେ । ଏହା ଦୁଇ ପାଇଲଟ ବିଶିଷ୍ଟ ଫାଇଟର ଜେଟ ଯାହାକୁ ଯାହାକୁ ଲିଡ-ଇନ-ଫାଇଟର ଟ୍ରେନର କହନ୍ତି ।

Comments are closed.