Latest Odisha News

BREAKING NEWS

ଶେଷ ହେଲା ସମଲିଙ୍ଗୀ ଅଲିମ୍ପିକ୍ସ

ନୂଆଦିଲ୍ଲୀ: ହଂକଂରେ ଆୟୋଜିତ ହୋଇଥିବା ସମଲିଙ୍ଗୀ ଅଲିମ୍ପିକ୍ସ ଶେଷ ହୋଇଯାଇଛି । ବିଭିନ୍ନ ପ୍ରକାରର ବିରୋଧର ସମ୍ମୁଖୀନ ହେବା ଆୟୋଜକ ଗୋଷ୍ଠୀ ଏହାର ସମାପନ ନେଇ ଆଶ୍ୱସ୍ତି ହୋଇଛନ୍ତି । ଏହି ଅଲିମ୍ପିକ୍ସ ନଭେମ୍ବର ୪ରେ ଆରମ୍ଭ ହୋଇଥିଲା । ୧୯୮୦ରେ ସ୍ୟାନଫ୍ରାନ୍ସିକୋରେ ଏହି ପ୍ରତିଯୋଗିତା ଆରମ୍ଭ ହେବାଠାରୁ ବିବାଦରେ ରହି ଆସିଛି । ଆମେରିକାର ଅଲିମ୍ପିଆନ ଆଥଲେଟ ଡିକେଥଲୀଟ ଏହି ଅଲିମ୍ପିକ୍ସର ସ୍ୱପ୍ନ ଦେଖିଥିଲେ । ନିଜ ସମ୍ପ୍ରଦାୟର ପ୍ରତିଭାବାନ ଆଥଲେଟମାନଙ୍କୁ ସମ୍ମୁଖକୁ ଆଣିବା ପାଇଁ ସେ ଏହି ଉଦ୍ୟମ କରିଥିଲେ । ହଂକଂରେ ପ୍ରଥମ ଥର ପାଇଁ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।

ଏଥିରେ ଗେ, ଲେସବିୟାନ, ବାଇସେକ୍ସୁଆଲ ଓ ଟ୍ରାନ୍ସଜେଣ୍ଡର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଉଦଯାପନୀ ଉତ୍ସବ ପରେ ପରବର୍ତୀ ଗେ ଅଲିମ୍ପିକ୍ସ ସ୍ପେନରେ ହେବ ବୋଲି ଘୋଷଣା କରାଯାଇଥିଲା । ୩୬ଟି କ୍ରୀଡା ବ୍ୟତୀତ କଳା ଓ ସଭ୍ୟତା ସମ୍ପର୍କୀତ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ବିଭିନ୍ନ ଦେଶର ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ । ଏହାକୁ ଆଗକୁ ଆହୁରି ଲୋକପ୍ରିୟ ହେବ ବୋଲି ଏହାର କମିଟି ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି ।

Leave A Reply

Your email address will not be published.