Latest Odisha News

BREAKING NEWS

ଭେଟଘାଟରେ ମୋଦିଙ୍କ ଆକର୍ଷଣୀୟ ଉପହାର, ଖୁସି ହୋଇଗଲେ ବାଇଡେନ୍

ନୂଆଦିଲ୍ଲୀ: ଆମେରିକାର ୱିଲମିଙ୍ଗଟନରେ ଆୟୋଜିତ କ୍ୱାଡ୍‌ ସମ୍ମିଳନୀରେ ଯୋଗ ଦେବା ଲାଗି ୩ ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାରି ଭିତରେ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିଛନ୍ତି ମୋଦି । ଶନିବାର ବାଇଡେନଙ୍କ ହୋମ୍ ଟାଉନ୍ ୱିଲିଂଟନ୍ ଡେଲାୱେରରେ ପହଞ୍ଚିବା ପରେ ମୋଦିଙ୍କୁ ନିଜ ବାସଭବନକୁ ପାଛୋଟି ନେଇଥିଲେ ବାଇଡେନ। ପରେ ୨ ରାଷ୍ଟ୍ର ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ ହୋଇଛି । ଏହାରି ଭିତରେ ବାଇଡେନ୍ ଓ ତାଙ୍କ ପତ୍ନୀଙ୍କୁ ଆକର୍ଷଣୀୟ ଉପହାର ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ ପତ୍ନୀ ଜିଲ୍ ବାଇଡେନ୍‌ଙ୍କୁ ଉପହାରରେ ମୋଦି ରୁପାରେ ଖୋଦିତ ଟ୍ରେନ୍ ମଡେଲ୍‌ ଓ ପତ୍ନୀ ଜିଲ୍‌ ବାଇଡେନ୍‌ଙ୍କୁ କାଶ୍ମୀର ପାଶମିନା ସାଲ୍ ଦେଇଛନ୍ତି । ଯାହା ଅତ୍ୟନ୍ତ ଆକର୍ଷଣୀୟ । ତେବେ ଏହି ଉପହାର ଦୁଇ ଦେଶର କୂଟନୈତିକ ସମ୍ପର୍କକୁ ତାଜା କରିଥିଲା । ଯାହା ଏକବିଂଶ ଶତାବ୍ଦୀର ସହଭାଗିତା ବୋଲି ଦୁଇ ନେତା ମନ୍ତବ୍ୟ ରଖିଥିଲେ ।

ଆଣ୍ଟିକ୍ ଟ୍ରେନ୍ ମଡେଲଟି ୯୨.୫ ପ୍ରତିଶତ ରୂପାରେ ନିର୍ମିତ, ଯେଉଁଥିରେ ମହାରାଷ୍ଟ୍ର କାରିଗରଙ୍କ ହସ୍ତକଳା ବେଶ୍ ଝଲସୁଛି । ବିସ୍ତୃତ ଧାତୁ କାର୍ଯ୍ୟ, ରିପୋସେ କାରୁକାର୍ଯ୍ୟର ବ୍ୟବହାର (ଉଠାଯାଇଥିବା ଡିଜାଇନ୍ ସୃଷ୍ଟି କରିବା ପାଇଁ ଓଲଟା ହାତୁଡ଼ି ମାରିବା ପ୍ରକ୍ରିୟା) ଏବଂ ବିଭିନ୍ନ ଚିତ୍ରକଳା କାର୍ଯ୍ୟ, ଦେଶର ଉଭୟ କଳା, ଐତିହ୍ୟ ପ୍ରଦର୍ଶନ କରୁଛି । ଏଥିସହିତ ଏହା ଷ୍ଟିମ୍ ଲୋକୋମୋଟିଭ୍ ଯୁଗକୁ ମଧ୍ୟ ପ୍ରଦର୍ଶିତ କରୁଛି  ।ଇଞ୍ଜିନର ପାର୍ଶ୍ୱରେ “ଦିଲ୍ଲୀ-ଡେଲାୱେର୍” ଲେଖାଥିବା  ଏହି ମଡେଲଟି ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କର ମହତ୍ତ୍ବକୁ ପ୍ରତିପାଦିତ କରୁଛି ।

ସେପଟେ ଆମେରିକାର ଭାରତୀୟ ସମୁଦାୟ ପକ୍ଷରୁ ମଧ୍ୟ ମୋଦିଙ୍କୁ ପାରମ୍ପରିକ ଢଙ୍ଗରେ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଯାଇଛି। ଏହାକୁ ନେଇ ନିଜ ଏକ୍ସରେ ଖୁସି ବ୍ୟକ୍ତ କରିଛନ୍ତି ଜୋ ବାଇଡେନ୍ । ସେ ଲେଖିଛନ୍ତି, ପୂର୍ବାପେକ୍ଷା ଭାରତ ସହ ଆମେରିକାର ସମ୍ପର୍କ ଅଧିକ ଶକ୍ତିଶାଳୀ, ନିକଟତର ଓ ଗତିଶୀଳ ହୋଇଛି। ମୋଦିଙ୍କ ସହ ଯେତେବେଳେ ଏକାଠି ହେଉ, ସେତେବେଳେ ଦୁଇ ଦେଶ ମଧ୍ୟରେ ପାରସ୍ପରିକ ସହଯୋଗିତାର ଅନ୍ୟ ଦିଗ ସମ୍ପର୍କରେ ଆଲୋଚନା କରୁ। ଆଉ ଆଜି ମଧ୍ୟ ସେଇଆ ହୋଇଛି।

Leave A Reply

Your email address will not be published.