ନୂଆଦିଲ୍ଲୀ: ଆଜି ଦେଶରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଛନ୍ତି । ଯାହାକୁ ନେଇ ସମଗ୍ର ଦେଶରେ ବଜେଟ୍ ଉପରେ ଚର୍ଚ୍ଚା ଜାରି ରହିଥିବାବେଳେ, ଏହା ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛିୀ । ଏ ବଜେଟ ଦେଶର ବିକାଶ ସୁନିଶ୍ଚିତ କରିବ ବୋଲି ମୋଦି କହିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ‘ବଜେଟ ଦେଶର ସାଧାରଣ ନାଗରିକଙ୍କ ସଞ୍ଚୟ ବୃଦ୍ଧି କରିବ’ । ଗ୍ରାମୀଣ ଅର୍ଥନୀତିର ପ୍ରମୁଖ ବିକାଶ କରିବ ଏହି ବଜେଟ । ସମସ୍ତ ଆୟ ବର୍ଗର ଲୋକଙ୍କୁ ବଜେଟ ଫାଇଦା ଦେବା ସହ ବିଶେଷକରି ମଧ୍ୟବିତ୍ତ, କର୍ମଜୀବୀ, ଚାକିରିଆଙ୍କୁ ଏହି ବଜେଟ୍ ରେ ଲାଭ ମିଳିବ ।
ସେ ଆହୁରି କହିଛନ୍ତି ଯେ, ଉପସ୍ଥାପିତ ବଜେଟ୍ ଆତ୍ମନିର୍ଭର ଭାରତର ଅଭିଯାନକୁ ଉର୍ଜା ଦେବ । ଦେଶର ପର୍ଯ୍ୟଟନ କ୍ଷେତ୍ରକୁ ଇନ୍ଧନ ଦେବ । ତା ସହ ଏହା ସବୁ ଭାରତୀୟଙ୍କ ସ୍ଵପ୍ନ ପୂରା କରିପାରିବ । କୃଷି ଏବଂ ଗ୍ରାମୀଣ ଅର୍ଥ ବ୍ୟବସ୍ଥାରେ କ୍ରାନ୍ତି ଆଣିବ ଏହି ବଜେଟ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
Comments are closed.