Latest Odisha News

ମୋଦି-ବାଇଡେନ ଦ୍ୱିପାକ୍ଷିକ ଆଲୋଚନା, ଦୁଇ ଦେଶ ମଧ୍ୟରେ ସମ୍ପର୍କ ବିଶ୍ୱ ପାଇଁ ଲାଭଦାୟକ

ୱାଶିଂଟନ : ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତିି । ଦୁହେଁ ପ୍ରଥମଥର ଲାଗି ପରସ୍ପରକୁ ଭେଟିଛନ୍ତି ।  ହ୍ୱାଇଟ ହାଉସ ଓଲାଭା କାର୍ଯ୍ୟାଳୟରେ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଲୋଚନା ହୋଇଥିଲା । ବିଶେଷ କରି ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଛନ୍ତି ମୋଦି । କହିଛନ୍ତି ଯେ ବାଇଡେନଙ୍କ ନେତୃତ୍ୱରେ ଭାରତ ଆମେରିକା ସମ୍ପର୍କ ନୂଆ ଶିଖରରେ ପହଁଞ୍ଚିବ।

ଏପରିକି ଦୁଇ ଦେଶର ନେତୃତ୍ୱ ବିଶ୍ୱକୁ ନୂଆ ଦିଗଦର୍ଶନ ଦେବ। ଜଳବାୟୁ ପରିବର୍ତ୍ତନ ଠାରୁ ଆରମ୍ଭ କରି କୋରୋନା ମହାମାରୀ ଓ କ୍ୱାଦ ରାଷ୍ଟ୍ରଗୋଷ୍ଠୀ ଗଠନ କ୍ଷେତ୍ରରେ ବିଶ୍ୱ ସମୁଦାୟ ପାଇଁ ବାଇଡେନଙ୍କ ଅବଦାନକୁ ମୋଦି ପ୍ରଂଶସା କରିଥିଲେ । ସେ କହିଥିଲେ ଯେ ବର୍ତ୍ତମାନ ସମୟରେ ମହାତ୍ମା ଗାନ୍ଧୀଙ୍କ ଅହିଂସା ଓ ଶାନ୍ତି ବିଶ୍ୱ ପାଇଁ ଜରୁରୀ । ବର୍ତ୍ତମାନ ବିଶ୍ୱ ପାଇଁ ବୈଷୟିକ ଜ୍ଞାନ କୌଶଳ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବାରୁ ଏହା ମାନବ ସଭ୍ୟତାର ବିକାଶ ଦିଗରେ ଉପେଯାଗୀ ହେବା ଦରକାର ବୋଲି ମୋଦି କହିଥିଲେ।

ଅନ୍ୟପଟେ ଭାରତ ଓ ଆମେରିକାରେ ଯେଉଁ ଗଣତାନ୍ତ୍ରୀକ ମୂଲ୍ୟବୋଧ ରହିଛି । ତାହା ବିଶ୍ୱର ଅନ୍ୟ ସମସ୍ତ ରାଷ୍ଟ୍ରକୁ ପ୍ରସାରିତ ହେବା ଉଚିତ ବୋଲି ମୋଦି ମତ ରଖିଥିଲେ । ଆମେରିକାର ବିକାଶ ଦିଗରେ ଭାରତୀୟ-ଆମେରିକୀୟଙ୍କ ଅବଦାନକୁ ମୋଦି ପ୍ରଂସଶା କରିଥିଲେ । ଆମୋରିକା ମାଟି ଓ ହ୍ୱାଇଟ ହାଉସରେ ମୋଦି ଓ ତାଙ୍କ ପ୍ରତିନିଧି ଦଳଙ୍କୁ ଦିଆଯାଇଥିବା ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ବାଇଡେନଙ୍କୁ ମୋଦି ଧନ୍ୟବାଦ ଜଣାଇଥିଲେ।

କଥାବାର୍ତ୍ତା ସମୟରେ ବାଇଡେନ କହିଥିଲେ ଯେ ବିଶ୍ୱର ଦୁଇ ପ୍ରମୁଖ ରାଷ୍ଟ୍ର ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ନିବିଡ ହେବାରେ ଲାଗିଛି । ଦୁଇ ଦେଶ ମଧ୍ୟରେସମ୍ପର୍କରେ ଏହି ନିବିଡତା ସାରା ବିଶ୍ୱ ପାଇଁ ଲାଭ ଦାୟକ ହେବ । ଅନ୍ୟପଟେ କୋରନା ମହାମାରୀ ଭଳି କଠିନ ପରିସ୍ଥିତିକୁ ଦୁଇଦେଶ  ମିଳିତ ଭାବେ ମୁକାବିଲା କରିପାରିଛନ୍ତି। ବାଇଡେନ ମଧ୍ୟ ମହାତ୍ମାଗାନ୍ଦୀଙ୍କ ଅହିଂସାକୁ ମନେପକାଇଥିଲେ । ମୋଦିଙ୍କ ସାଙ୍ଗରେ ସାକ୍ଷାତ ପରେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ କଥାବାର୍ତ୍ତା ହୋଇଥିଲା ।

ଦ୍ୱିପାକ୍ଷିକ କଥାବାର୍ତ୍ତାରେ ଭାରତ ପକ୍ଷରୁ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ,ଏନଏସଏ ଅଜିତ ଡୋଭାଲ,ବୈଦେଶିକ ସଚିବ ହର୍ଷବର୍ଦ୍ଦନ ସିଙ୍ଗଲା,ଭାରତୀୟ ରାଷ୍ଟ୍ରଦୂତ ଟିଏସ ସାନ୍ଧୁ , ପ୍ରଧାନମନ୍ତ୍ରୀ ଯୁଗ୍ମ ସଚିବ ଆରଜି ଶ୍ରେଷ୍ଠ ବ୍ୟକ୍ତିଗତ ସଚିବ ବିବେକ କୁମାର ସାମିଲ ଥିଲେ।ହ୍ୱାଇଟ ହାଉସରେ ବିଶ୍ୱର ଦୁଇ ଶିର୍ଷ ନେତାଙ୍କ କଥାବାର୍ତ୍ତା ପୂର୍ୱରୁ ଭାରତୀୟ ବଂଶୋତ୍ତବ ନାଗରିକ ମାନେ ଉଭୟ ନେତାଙ୍କୁ ସ୍ୱାଗତ କରଥିଲେ। ହ୍ୱାଇଟ ହାଉସ ବାହାରେ ମଧ୍ୟ ମୋଦି-ବାଇଡେନଙ୍କ ଫଟୋ ଲଗାଯିବା ସହ ନାରା ଲଗାଇଥିଲେ ଜନତା ମାନେ। ବାଇଡେନଙ୍କ ହ କଥାବାର୍ତ୍ତା ପରୋ ମୋଦି କ୍ୱାଡ ରାଷ୍ଟ୍ରଗୋଷ୍ଠୀ ବୈଠକରେ ଯୋଗଦେଇଥିଲେ।

Comments are closed.